ସାମ୍ବାଦିକଙ୍କ ପ୍ରଶ୍ନ ଶୁଣି ରାଗିଗଲେ ବିରାଟ, ଖେଳ ପଡ଼ିଆରେ କରିଥିବା ଏହି କାମକୁ ନେଇ ପଚରା ଯାଇଥିଲା ପ୍ରଶ୍ନ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା  ଭାରତୀୟ ଅଧିନାୟକ ବିରାଟ କୋହଲି ଜଣେ ସାମ୍ବାଦିକଙ୍କ ପ୍ରଶ୍ନକୁ ଶୁଣିବା ପରେ ରାଗି ଯାଇଥିବା ଜଣା ପଡ଼ିଛି। ଖ୍ରୀଷ୍ଟଚର୍ଚ ଟେଷ୍ଟ୍‌ର ଦ୍ୱିତୀୟ ଦିନରେ ନ୍ୟୁଜିଲାଣ୍ଡ  ଅଧିନାୟକ କେନ୍ ୱିଲିୟମସନ ଆଉଟ୍ ହେବା ପରେ ତ‌ାଙ୍କୁ ଆକ୍ଷେପ କିଛି ଅପଶବ୍ଦ ବ୍ୟବହାର କରିବା ସହ ଷ୍ଟାଡ଼ିୟମରେ ବସିଥିବା ଦର୍ଶକଙ୍କୁ ମଧ୍ୟ ଅପଶବ୍ଦ ବ୍ୟବହାର କରି ଖୁସି ମନାଇଥିଲେ ବିରାଟ କୋହଲି। ତାଙ୍କର ଏଭଳି ବ୍ୟବହାରକୁ ନେଇ ପ୍ରଶ୍ନ  ପଚରାଯିବା ପରେ ସେ ବିରକ୍ତ ହୋଇଯାଇଥିବା ଜଣା ପଡ଼ିଛି। ଏହା ସହ ମୁଁ ମ୍ୟାଚ୍ ରେଫରୀଙ୍କ ସହ କଥା ହୋଇଛି, ତାଙ୍କର ଏ ନେଇ କୌଣସି ଅସୁବିଧା ନାହିଁ ଯଦି ଆପଣଙ୍କର ଏଥିରେ କିଛି କହିବାର ଆବଶ୍ୟକ ନାହିଁ ବୋଲି କହିଥିଲେ ବିରାଟ। ତାଙ୍କର ଏଭଳି ପ୍ରତିକ୍ରିୟା ପ୍ରଶ୍ନ ପଚାରିଥିବା ସାମ୍ବାଦିକଙ୍କୁ ଚୁପ୍ କରାଇ ଦେଇଥିଲା।

ଅନ୍ୟ ପକ୍ଷରେ ଯେତେବେଳେ ୱିଲିୟମସନଙ୍କୁ ଏହି ଘଟଣା ବିଷୟରେ ପଚରାଗଲା, ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ଏହି ଘଟଣାକୁ ବିଶେଷ ଗୁରୁତ୍ବ ନ ଦେଇ କହିଥିଲେ ଯେ ଏହା ବିରାଟଙ୍କ ପାଇଁ ସାଧାରଣ, ଯିଏ ଖେଳ ମଇଦାନରେ ବହୁତ ଉତ୍ସାହିତ ରହିଥାନ୍ତି।

ସୂଚନା ମୁତାବକ, ଖ୍ରୀଷ୍ଟଚର୍ଚ ଟେଷ୍ଟ୍‌ରେ ନ୍ୟୁଜିଲାଣ୍ଡ ଭାରତକୁ ୭ ଉଇକେଟରେ ହରାଇ ଟେଷ୍ଟ ସିରିଜକୁ ୨-୦ରେ ପୋଛି ନେବା ପରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସମୟରେ ବିରାଟ କୋହଲି ମ୍ୟାଚ୍ ସମୟରେ କରିଥିବା କାମକୁ ନେଇ ସାମ୍ବାଦିକ ତାଙ୍କୁ ପ୍ରଶ୍ନ କରିଥିଲେ। ଖେଳ ପଡ଼ିଆରେ ୱିଲିୟମସନ ଆଉଟ୍ ହେବା ପରେ ଆପଣଙ୍କର ଯେଉଁ ପ୍ରତିକ୍ରିୟା ଥିଲା ଆପଣଙ୍କ ହିସାବରେ ତାହା ଠିକ୍ କି? ଏଭଳି ପ୍ରଶ୍ନ ଶୁଣି ରାଗିଯିବା ସହ ବିରାଟ କହିଥିଲେ, ତୁମେ କ’ଣ ଭାବୁଛ? ମୁଁ ତୁମକୁ ଏହାର ଉତ୍ତର ପଚାରୁଛି। ତୁମକୁ ଏହାର ଉତ୍ତର ଖୋଜିବା ସହ ସଠିକ୍ ପ୍ରଶ୍ନ ସହ ଆସିବା ଦରକାର। ଯେଉଁ ଘଟଣା ଘଟିଥିଲା, ସେ ବିଷୟରେ ଅଧା ଜାଣି ତୁମେ ଏଭଳି ଅଧା ପ୍ରଶ୍ନ ପଚାରି ପାରିବ ନାହିଁ। ଯଦି ତୁମେ ଏହାକୁ ନେଇ ବିବାଦ ଆରମ୍ଭ କରିବାକୁ ଚାହୁଛ, ତେବେ ଏହା ସଠିକ୍ ସ୍ଥାନ ନୁହେଁ। ମୁଁ ମ୍ୟାଚ୍ ରେଫରୀଙ୍କ ସହ କଥା ହୋଇଛି, ତାଙ୍କର ଏ ନେଇ କୌଣସି ଅସୁବିଧା ନାହିଁ ବୋଲି ଉତ୍ତର ରଖିଥିଲେ ବିରାଟ।

ସମ୍ବନ୍ଧିତ ଖବର