ମ୍ୟାଚ ଚାଲୁଥିବା ସମୟରେ ଧାଓ୍ଵନଙ୍କ ମୁଣ୍ଡ ମସାଜ କଲେ କୋହଲି

ନୂଆଦିଲ୍ଲୀ : ବିରାଟଙ୍କ ପାଇଁ ସାଉଥ ଆଫ୍ରିକା ଟୁର ବହୁତ ରୋମାଞ୍ଚପୂର୍ଣ୍ଣ ରହିଛି। ସେ ଅଧିନାୟକ ପଦ ସମ୍ଭାଳିବା ସହ ଭଲ ପ୍ରଦର୍ଶନ ମଧ୍ୟ କରିଛନ୍ତି । ତେବେ ଶାରୀରିକ ଅସୁସ୍ଥତା ପାଇଁ ବିରାଟ ଶେଷ ଟି-୨୦ ମ୍ୟାଚ ଖେଳି ପାରି ନଥିଲେ । କିନ୍ତୁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଏହି ମ୍ୟାଚରେ ବିଜୟ ହାସଲ କରିଥିଲା ଭାରତ । ବିରାଟ କୋହଲି ପଡ଼ିଆରେ ମ୍ୟାଚ ଖେଳି ନ ଥିଲେ ମଧ୍ୟ ଏକ ଭିନ୍ନ ଅନ୍ଦାଜରେ କରିଥିଲେ ତାଙ୍କ ପ୍ରଶଂସକଙ୍କର ଦୃଷ୍ଟି ଆକର୍ଷଣ । ଆଜ୍ଞା ହଁ , କୋହଲି ମ୍ୟାଚ ସମୟରେ ଧାଓ୍ଵନଙ୍କ ମୁଣ୍ଡ ମସାଜ କରୁଥିବାର ଦେଖିବାକୁ ମିଳିଥିଲା, ଯାହା ତାଙ୍କ ପ୍ରଶଂସକଙ୍କୁ ବହୁତ ଆକୃଷ୍ଟ କରିଥିଲା ।

Hindustan Times

ସୂଚନା ଅନୁଯାୟୀ , କେପଟାଉନର ନ୍ୟୁଲାଣ୍ଡରେ ଖେଲାଯାଇଥିବା ଶେଷ ଟି୨୦ ମ୍ୟାଚ ସମୟରେ ଓପନର ଶିଖର ଧାଓ୍ଵନଙ୍କ ମୁଣ୍ଡ ବିରାଟ ମସାଜ କରୁଥିବାର ଦେଖାଯାଇଥିଲା । ଦୁହେଁ ସବୁବେଳେ ମଜାମସ୍ତି କରୁଥିବାର ଦେଖାଯାଉଥିବା ବେଳେ ଉଭୟଙ୍କ ମଧ୍ୟରେ ରହିଛି ଘନିଷ୍ଠ ବନ୍ଧୁତା । ତେବେ ପ୍ରଥମ ଥର ପାଇଁ ବିରାଟଙ୍କ ଏହି ରୂପ ଦେଖିବା ପାଇଁ ପାଇଥିଲେ ପ୍ରଶଂସକ। ସାଉଥ୍‌ ଆଫ୍ରିକା ସିରିଜର ପ୍ରାରମ୍ଭ ସମୟରେ ଅନୁଷ୍କା ଶର୍ମା ଏବଂ ଧାଓ୍ଵନଙ୍କ ପରିବାର ଏକା ସହିତ ବୁଲି ଥିବାର ମଧ୍ୟ ଦେଖାଯାଇଥିଲା । ତେବେ ଦୁହିଁଙ୍କ ମଧ୍ୟରେ ଖେଳ ପଡ଼ିଆରେ ମଧ୍ୟ ବହୁତ ଭଲ ଭାଗୀଦାରୀ ଦେଖାଯାଇଥାଏ । ଉଭୟ ଧାଓ୍ଵନ ଏବଂ କୋହଲିଙ୍କ ପାଇଁ ସାଉଥ ଆଫ୍ରିକା ଟୁରଟି ବହୁତ ଭଲ ଏବଂ ଅଭୁଲା ରହିଛି।

ସମ୍ବନ୍ଧିତ ଖବର