ଇଂଲଣ୍ଡ ଠାରୁ ହାରିବା ଅର୍ଥ ନୁହେଁ ଯେ, ଟିମ୍‌ ଶୃଙ୍ଖଳାରେ ଖରାପ ପ୍ରଦର୍ଶନ କରିଛି: ବିରାଟ କୋହଲି

ଲଣ୍ଡନ: ଇଂଲଣ୍ଡ ମାଟିରେ ପରାଜୟ ମିଳିବା ପରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ସାଥୀ ଖେଳାଳିଙ୍କୁ ଅଧିକ କିଛି କହିବାକୁ ପସନ୍ଦ କରୁ ନାହାନ୍ତି। କୋହଲି କହିଛନ୍ତି ଯେ, ଇଂଲଣ୍ଡରେ ହାରିବା ଅର୍ଥ ନୁହେଁ ଯେ ଟିମ୍‌ ଖରାପ ଖେଳୁଛି। ବିରାଟ ସ୍ୱୀକାର କରିିଛନ୍ତି ଯେ, ଟିମ୍‌ର କିଛି ଦୁର୍ବଳତା ଅଛି। ଇଂଲଣ୍ଡ ତୁଳନାରେ ଭାରତୀୟ ଟିମ୍‌କୁ ଦୁର୍ବଳ କୁହାଯିବ। କାରଣ ଶୃଙ୍ଖଳାରେ ଅଧିକାଂଶ ସ୍ଥାନରେ ଭାରତ ଉପରେ ଚାପ ପଡ଼ିଛି। ପୂରା ଶୃଙ୍ଖଳାରେ ଆୟୋଜକ ଟିମ୍‌ ମଧ୍ୟ ନିଜର ବ୍ୟାଟିଂ ନେଇ ଚିନ୍ତା କରିଥିଲା।

୫ମ ତଥା ଅନ୍ତିମ ଟେଷ୍ଟରେ ମଙ୍ଗଳବାର ୧୧୮ ରନ୍‌ରେ ହାରିବା ପରେ କହିଛନ୍ତି, ଆମେ କହି ପାରିବା ଯେ, ଶୃଙ୍ଖଳାର ଗତି ଯେଭଳି ହୋଇଥିଲା, ଏଥିରେ ପରିବର୍ତ୍ତନର ଆବଶ୍ୟକତା ଅଛି। ଇଂଲଣ୍ଡରେ ପରାସ୍ତ ହେବା ପରେ ବିଦେଶୀ ମାଟିରେ ଭାରତର ଖରାପ ରେକର୍ଡ ଆହୁରି ଭଲ ଭାବରେ ପ୍ରମାଣିତ ହୋଇ ପାରିଛି। ଇଂଲଣ୍ଡ ଶୃଙ୍ଖଳା ପୂର୍ବରୁ ଭାରତକୁ ଦକ୍ଷିଣ ଆଫ୍ରିକା ଗସ୍ତରେ ପରାସ୍ତ ହେବାକୁ ପଡ଼ିଥିଲା।

କୋହଲି କହିଛନ୍ତି, କିଛି ଅସୁବିଧା ନାହିଁ। କାରଣ ମୁଁ ଜାଣିଛି ଯେ, ଆମେ କେମିତି କ୍ରିକେଟ ଖେଳୁଛୁ। ୪ର୍ଥ ମ୍ୟାଚ ପରେ ଆମେ କହିଥିଲୁ, ଆମେ ପରାଜୟ ମାନିବା ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ, ଟିମ ମଜବୁତ ସ୍ଥିତିରୁ ଲାଭ ଉଠାଇବାରେ ବିଫଳ ହୋଇଛି।

ସମ୍ବନ୍ଧିତ ଖବର