ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦିନିକିଆ ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରିବା ପରେ ଏବେ ଟେଷ୍ଟ ଶୃଙ୍ଖଳା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ନିକଟରେ ଦିନିକିଆ ଶୃଙ୍ଖଳାରେ କୋହଲି ୨ଟି ଶତକ ହାସଲ କରି ନିଜର ମହାନତା ପରିଚୟ ଦେଇଛନ୍ତି। କୋହଲି ଆଗାମୀ ଦିନରେ ଆହୁରି ବଡ଼ ବଡ଼ ଲକ୍ଷ୍ୟ ହାସଲ କରିବାକୁ ପ୍ରସ୍ତୁତ ହେଉଛନ୍ତି। ପ୍ରଶଂସକ ଖୁସିରେ କହିଥାନ୍ତି ଯେ, କୋହଲିଙ୍କ ପାଖରେ ଏଭଳି ପ୍ରତିଭା ରହିଛି, ଯାହାକି ସେ ଏହାକୁ ପ୍ରମାଣିତ କରିପାରିବେ।।
ବିରାଟ ଟେଷ୍ଟ କ୍ୟାରିୟରରେ ୭୭ଟି ମ୍ୟାଚ୍ ଖେଳି ୬୬୧୩ ରନ କରିଛନ୍ତି। ୭୦୦୦ ରନ୍ ଲକ୍ଷ୍ୟ ପୂରା କରିବା ପାଇଁ ଆଉ ୩୮୭ ରନ ଦରକାର। ମାତ୍ର ଏହି ରନ ପାଇଁ ବିରାଟଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୪ଟି ପାଳି ମିଳିବ। ସାତ ହଜାର ରନ୍ ପୂରଣ କଲେ ଡନ ବ୍ରାଡମ୍ୟାନଙ୍କ ରେକର୍ଡ ଅତିକ୍ରମ କରିବେ କୋହଲି। କାରଣ ବ୍ରାଡମ୍ୟାନ ଟେଷ୍ଟ କ୍ୟାରିୟରରେ ୬୯୯୬ ରନ କରିଛନ୍ତି।
/sambad/media/post_attachments/wp-content/uploads/2019/08/virat-kohli1-1.jpg)
ବିରାଟ ଯଦି ଉଭୟ ଟେଷ୍ଟ ମ୍ୟାଚ ଜିତିବେ, ତା’ହେଲେ ଜଣେ ଅଧିନାୟକ ଭାବେ ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡ ଅତିକ୍ରମ କରିବେ। କୋହଲି ଏଯାଏଁ ୨୬ଟି ଟେଷ୍ଟ ମ୍ୟାଚ ଜିତିଛନ୍ତି। ଧୋନି ୨୭ଟି ଟେଷ୍ଟ ଜିତିଥିଲେ। କୋହଲି ଏବେ ଇଂଲଣ୍ଡର ମାଇକେଲ ଭାନ୍, ପାକିସ୍ତାନର ମିସବା ଉଲହକ୍ ଓ ଅଷ୍ଟ୍ରେଲିଆର ମାର୍କ ଟେଲରଙ୍କ ସମକକ୍ଷ ହୋଇଛନ୍ତି।
କୋହଲି ୭୭ଟି ଟେଷ୍ଟ ମ୍ୟାଚ୍ରେ ୧୩୧ଟି ଇନିଂସ ଖେଳିଛନ୍ତି ଏବଂ ଏଥିରୁ ୬୬୩୧ ରନ ସଂଗୃହୀତ ହୋଇଛି। ଦ୍ରୁତଗତିରେ ୭୦୦୦ ରନ ପୂରା କରିବା ମାମଲାରେ ବିରାଟ କୋହଲି ପ୍ରଥମ ଭାରତୀୟ ବ୍ୟାଟସ୍ମ୍ୟାନ ହେବେ। ବିରାଟଙ୍କ ପୂର୍ବରୁ ବୀରେନ୍ଦ୍ର ସେହଓ୍ଵାଗ ୧୩୪ଟି ଟେଷ୍ଟ ମ୍ୟାଚ୍ ଖେଳି ୭୦୦୦ ରନ୍ ପୂରଣ କରିଛନ୍ତି। କୋହଲି ଯଦି ୩ଟି ପାଳିରେ ୩୮୭ ରନ୍ ଯୋଡ଼ିବେ, ତା’ହେଲେ ସେହଓ୍ଵାଗଙ୍କୁ ଅତିକ୍ରମ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/virat-kohli-1.jpg)