ବିରାଟଙ୍କ ଚଷମାକୁ ବିରକ୍ତ ହୋଇ ପ୍ରଶଂସକ କହିଲେ ଆଇପିଏଲ୍‌ରେ ନିଜର ଟିମ୍‌ ଉପରେ ଧ୍ୟାନ ଦିଅ

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଆଇପିଏଲ୍‌ ୨୦୧୮ରେ ଏପର୍ଯ୍ୟନ୍ତ ଯାତ୍ରା ଉତ୍ସାହଜନକ ହୋଇପାରି ନାହିଁ। ଅନ୍ୟପକ୍ଷରେ କୋହଲି ମ୍ୟାଚ୍‌କୁ ନେଇ ଯେତେ ବ୍ୟସ୍ତ ରହୁ ନାହାନ୍ତି, ତା’ଠାରୁ ଅଧିକ କୌତୁକ ପାଇଁ ସମୟ ଦେଉଛନ୍ତି ବୋଲି ପ୍ରଶଂସକମାନେ କହିଛନ୍ତି। କୋହଲିଙ୍କ ଚଷମାକୁ ନେଇ ବିରକ୍ତି ପ୍ରକାଶ କରି ପ୍ରଶଂସକମାନେ କହିଛନ୍ତି, ବିରାଟ ଆଇପିଏଲ୍‌ରେ ନିଜର ଟିମ୍‌ ପ୍ରତି ଧ୍ୟାନ ଦିଅନ୍ତୁ।

ନିକଟରେ ବିରାଟ କୋହଲି ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ଅପ୍‌ଲୋଡ କରିଥିଲେ, ଯେଉଁଥିରେ ସେ ଏକ ଚଷମା ପିନ୍ଧିଥିଲେ। ନିଜର ଏହି ଫଟୋରେ ସେ ଏକ କ୍ୟାପସନ୍‌ ଲେଖିଥିଲେ, ‘ଏହି ଚଷମାକୁ ବହୁତ ଭଲ ପାଏ।’ ବିରାଟ କୋହଲି ଯେମିତି ଏହି ଫଟୋକୁ ସୋସିଆଲ ମିଡିଆରେ ଅପଲୋଡ କଲେ, ପ୍ରଶଂସକମାନେ ନିଜର ପ୍ରତିକ୍ରିୟା ଦେବା ଆରମ୍ଭ କରି ଦେଇଛନ୍ତି। କିଛି ପ୍ରଶଂସକଙ୍କୁ ଏହି ଫଟୋ ପସନ୍ଦ ହେବାରୁ ସେମାନେ ସକରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି।

ବିରାଟ କୋହଲିଙ୍କ ଚଷମାକୁ ନେଇ ଅନେକ ପ୍ରଶଂସକ ବିରକ୍ତି ପ୍ରକାଶ କରିଛନ୍ତି। ସେମାନେ ବିିରାଟଙ୍କୁ ଆଇପିଏଲ୍‌ ମ୍ୟାଚ୍‌ରେ ଧ୍ୟାନ ଦେବାକୁ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଏଣ୍ଟ ଟେବୁଲରରେ ୪ ନମ୍ବରରେ ଅଛି। ଦୟାକରି ଆପଣ ଆଇପିଏଲ୍‌ରେ ଧ୍ୟାନ ଦିଅନ୍ତୁ ବୋଲି ସେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର