ବିରାଟ କୋହଲିଙ୍କୁ ମିଳିଲା ‘ପଲି ଉର୍ମିଗର ଟ୍ରଫି’

ବେଙ୍ଗାଲୁରୁ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଆଫଗାନିସ୍ତାନ ବିପକ୍ଷରେ ଐତିହାସିକ ଟେଷ୍ଟ ମ୍ୟାଚରେ ଖେଳୁ ନାହାନ୍ତି ସତ କିନ୍ତୁ କ୍ରିକେଟ ଦୁନିଆରେ ତାଙ୍କର ବ୍ୟାଟ୍‌ରୁ ଶବ୍ଦ ଆଜି ବି ଶୁଣାଯାଉଛି। ବିସିସିଆଇ ବାର୍ଷିକ ପୁରସ୍କାର ମଙ୍ଗଳବାର ଏହା ପ୍ରମାଣିତ କରିଛି। କୋହଲିଙ୍କୁ   ‘ପଲି ଉର୍ମିଗର ଟ୍ରଫି’ ମିଳିଛି। ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ଠାରୁ କୋହଲି ଟ୍ରଫି ଗ୍ରହଣ କରିଛନ୍ତି।

ପୁରସ୍କାର ଗ୍ରହଣ ବେଳେ କୋହଲି କହିଛନ୍ତି, ପତ୍ନୀ ଅନୁଷ୍କା ଶର୍ମା ଏଠାରେ ଉପସ୍ଥିତ ଥିବାରୁ ମୁଁ ଅଧିକ ଖୁସି ମନେ କରୁଛି। ସେ କହିଛନ୍ତି, ଗତ ବର୍ଷ ମଧ୍ୟ ମୋତେ ଏହି ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ଆଗାମୀ ଜୁନ ୧୪ରୁ ଭାରତ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିବାକୁ ଥିବା ଆଫଗାନିସ୍ତାନ ଟିମ ମଧ୍ୟ ପୁରସ୍କାର ସମାରୋହରେ ଉପସ୍ଥିତ ଥିଲେ। ସେହିଭଳି ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ ମଧ୍ୟ ଉପସ୍ଥିତ ଥିଲେ। ପିଟରସନ ଏମ୍‌ଏକେ ପଟୌଦୀ ସ୍ମାରକୀ ଭାଷଣ ଦେଇଥିଲେ। ଭାରତୀୟ କ୍ରିକେଟର ଅନେକ ପୂର୍ବତନ ଖେଳାଳି ମଧ୍ୟ ସମାରୋହରେ ଉପସ୍ଥିତ ଥିଲେ।

ଭଲ ଫର୍ମ ଦେଇ ଚାଲିଥିବା ଭାରତୀୟ ଅଧିନାୟକ ୨୦୧୬-୧୭ ଓ ୨୦୧୭-୧୮ରେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ବେକରେ ଆଘାତ କାରଣ ଯୋଗୁଁ କୋହଲି ଇଂଲଣ୍ଡ ଗସ୍ତର ପ୍ରସ୍ତୁତିକୁ ଝଟକା ଲାଗିଛି ଓ ସେ ଇଂଲିଶ କାଉଣ୍ଟି ସର୍କିଟରେ ମଧ୍ୟ ଖେଳି ପାରିବେ ନାହିଁ। କୋହଲିଙ୍କୁ ଆଗାମୀ ଜୁନ ୧୫ରେ ଏନସିଏରେ ଫିଟନେସ ଟେଷ୍ଟ ଦେବାକୁ ପଡ଼ିବ।

କ୍ରିକେଟର ଅଂଶୁମାନ ଗାୟକଓ୍ଵାଡ ଓ ସୁଧା ଶାହଙ୍କ ନାଇଡୁ ଜୀବନବ୍ୟାପୀ ସମ୍ମାନ ଦିଆଯାଇଥିଲା। ଜଳଜ ସକସେନା, ପରଭେଜ ରସୁଲ ଓ କୃଣାଳ ପାଣ୍ଡ୍ୟାଙ୍କୁ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ ପାଇଁ ପୁରସ୍କାର ମିଳିଛି।

ସମ୍ବନ୍ଧିତ ଖବର