ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପାକିସ୍ତାନ ବିପକ୍ଷରେ ରବିବାର ଅର୍ଦ୍ଧଶତକ ହାସଲ କରି ଆଉ ଏକ ଇତିହାସ ରଚିଛନ୍ତି। ନଟିଂହାମ୍ରେ ଗୁରୁବାର ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯିବା ପରେ କୋହଲିଙ୍କୁ ଲକ୍ଷ୍ୟ ହାସଲ ପାଇଁ ପାକିସ୍ତାନ ବିପକ୍ଷରେ ମ୍ୟାଚକୁ ଅପେକ୍ଷା କରିବାକୁ ପଡ଼ିଥିଲା।
କୋହଲି ଆଜି ବ୍ୟକ୍ତିଗତ ୫୫ ରନ୍ ସଂଗ୍ରହ କରି ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍ରେ ୧୧୦୦୦ ରନ୍ ପୂରଣ କରିଛନ୍ତି। ବିରାଟ କୋହଲି ବିଶ୍ୱକପ୍ ୨୦୧୯ର ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଯାଏଁ ୨୨୧ଟି ଇନିଂସ ଖେଳିଥିଲେ ଏବଂ ୧୦,୯୪୩ ରନ୍ ସଂଗ୍ରହ କରିଥିଲେ।
ଏଭଳି କୃତିତ୍ୱ ଅର୍ଜନ କରିବାରେ ସେ ହୋଇଛନ୍ତି ଭାରତର ତୃତୀୟ ବ୍ୟାଟସ୍ମ୍ୟାନ। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର ୧୧୦୦୦ ରନ୍ ପୂରଣ କରିଛନ୍ତି। ସଚିନ ୨୭୬ ଇନିଂସ (୨୮୪ ମ୍ୟାଚ୍)ରେ ଏହି ସ୍କୋର ପୂରା କରିଥିଲେ। ତାଙ୍କ ତଳକୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ୨୮୬ ଇନିଂସ (୨୯୫ ମ୍ୟାଚ)ରେ ୧୧୦୦୦ ହଜାର ରନ୍ ପୂରଣ କରିଥିବା ବେଳେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ୨୮୮ ଇନିଂସ (୨୯୮ ମ୍ୟାଚ୍ରେ) ଏହି ବିଶାଳ ସ୍କୋରର ଉତ୍ତରାଧିକାରୀ ହୋଇପାରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/virat1.jpg)