ବିବାହ ପରେ ପଡ଼ିଆକୁ ଫେରିଲେ ବିରାଟ, ଝାଳ ବୁହାଇ କଲେ ଅଭ୍ୟାସ

ଅଧିନାୟକ କିହଲେ, ଗସ୍ତ ନେଇ ମାନସିକ ରୂପରେ ପ୍ରସ୍ତୁତ ଅଛି ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ବିବାହ ପରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପଡ଼ିଆକୁ ଫେରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୦୧୮ ଜାନୁଆରି ୫ରୁ କେପଟାଉନରେ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ପାଇଁ ବିରାଟ ଝାଳ ବୁହାଇ ଅଭ୍ୟାସ କରିଛନ୍ତି। ୨୯ ବର୍ଷିଅ ବିରାଟ ଶ୍ରୀଲଙ୍କା ବିପକ୍ଷରେ ଦିଲ୍ଲୀ ଟେଷ୍ଟ(ଡିସେମ୍ବର ୨-୬) ପରେ ଛୁଟିରେ ଯାଇଥିଲେ। ବିରାଟ କୋହଲିଙ୍କ ସହିତ ଚେତେଶ୍ୱର ପୂଜାରା ଓ ଅନ୍ୟ ବ୍ୟାଟ୍ସମ୍ୟାନ ମଧ୍ୟ ନେଟ୍‌ରେ ଅଭ୍ୟାସ କରିଥିଲେ।

ବିରାଟ କୋହଲି ଆଇସିସିର ଟେଷ୍ଟ ର‍୍ୟାଙ୍କିଙ୍ଗ୍‌ରେ ୨ନମ୍ବର ଅଛନ୍ତି। କୋହଲି ଦିନିକିଆ ର‍୍ୟାଙ୍କିଙ୍ଗରେ ୧ନମ୍ବର ଥିବା ବେଳେ ଟି-୨୦ରେ ୩ନମ୍ବର ଅଛନ୍ତି।

ଭାରତ ଗତ ୨୫ ବର୍ଷରେ ଦକ୍ଷିଣ ଆଫ୍ରିକାରେ ଗୋଟିଏ ବି ଶୃଙ୍ଖଳାରେ ବିଜୟୀ ହୋଇ ନାହିଁ। ଦକ୍ଷିଣ ଆଫ୍ରିକାରେ ୩ଟି ଟେଷ୍ଟ ମ୍ୟାଚ ଖେଳିବ ଭାରତ। ବିରାଟ କୋହଲି ଗସ୍ତ ପୂର୍ବରୁ କହିଥିଲେ, ଆମେ ବିଦେଶୀ ଗସ୍ତ ପୂର୍ବରୁ କହିଥିଲେ, ଆମେ ବିଦେଶ ଗସ୍ତ ଓ ଲୋକଙ୍କୁ କିଛି ପ୍ରମାଣିତ କରିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଛୁ। ଆମେ ଆମର କାମ ଶତପ୍ରତିଶତ କରି ଦେଖାଇବୁ।

ସମ୍ବନ୍ଧିତ ଖବର