ପୁଣି ଚର୍ଚ୍ଚାରେ ବିରୁଷ୍କାଙ୍କ ପ୍ରେମ କାହାଣୀ : ମ୍ୟାଚ୍ ଜିତିବା ପରେ ପରସ୍ପରକୁ ଏମିତି ଖୋଜିବା ଆରମ୍ଭ କରିଥିଲେ ବିରୁଷ୍କା, ଦେଖନ୍ତୁ ଭିଡ଼ିଓ
ନୂଆଦିଲ୍ଲୀ : ଶୁକ୍ରବାର ରାତିରେ ବାଙ୍ଗାଲୁରୁରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ଏବଂ କିଙ୍ଗ୍ସ XI ପଞ୍ଜାବ ମଧ୍ୟରେ ଆଇପିଏଲ ମ୍ୟାଚ୍ ଖେଳା ଯାଇଥିଲା । ଯେଉଁଥିରେ ବିଜୟ ଲାଭ କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ଟିମ୍ର କ୍ୟପ୍ଟେନ୍ ବିରାଟ ହୋଇଥିବାରୁ, ତା’ଙ୍କ ଟିମ୍ ଜିତିଯିବା ପରେ ପଡ଼ିଆରେ ସମସ୍ତେ ତା’ଙ୍କ ନା ନେଇ ଖୁସିରେ ପାଟି କରିବାକୁ ଲାଗିଥିଲେ । କିନ୍ତୁ ଏତେ ଭିଡ଼ ଭିତରେ ମଧ୍ୟ ବିରାଟଙ୍କ ଆଖି ଖୋଜୁଥିଲା କେବଳ ଜଣଙ୍କୁ । ନିଜର ଲକି ଚାମ୍ପ କୁଆଡ଼େ ଗଲେ ବୋଲି ସେ ଏପଟ ସେପଟ ଖୋଜିବା ଆରମ୍ଭ କରିଥିଲେ । ଶେଷରେ ସେ ତା’ଙ୍କ ଲକି ଚାମ୍ପ ଅନୁଷ୍କାଙ୍କୁ ଦେଖି ପାରିଥିଲେ । ଦୁହେଁ ଦୁହିଁଙ୍କୁ ଖୋଜିବାର ଏହି ଦୃଶ୍ୟକୁ ଜଣେ ଦର୍ଶକ ମୋବାଇଲରେ ରେକର୍ଡ଼ କରିବା ସହ ନିଜ ସୋସିଆଲ ସାଇଟ୍ରେ ଛାଡ଼ିଥିଲେ । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୂତାବକ, ନିଜ ସ୍ୱାମୀଙ୍କୁ ଚିୟର ଅପ୍ କରିବା ପାଇଁ ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ସୁଟିଂ ଛାଡ଼ି ବାଙ୍ଗାଲୁରୁରେ ପହଞ୍ଚିଥିଲେ । ମ୍ୟାଚ୍ ଚାଲିଥିବା ସମୟରେ ସେ ବିରାଟଙ୍କୁ ଚିୟର ଅପ୍ କରୁଥିବାର ଦେଖିବାକୁ ମିଳିଥିଲା । ମ୍ୟାଚ୍ ଜିତିଯିବା ପରେ ବିରାଟ ସବୁକିଛି ଛାଡ଼ି ପ୍ରଥମେ ଅନୁଷ୍କା କେଉଁଠି ଅଛନ୍ତି ଖୋଜିବା ଆରମ୍ଭ କରିଥିଲେ । ଦୁହେଁ ଦୁହିଁଙ୍କୁ ଫୋନ କରିବା ସହ ପରସ୍ପରକୁ ଖୋଜିବା ଆରମ୍ଭ କରି ଦେଇଥିଲେ । କିଛି ସମୟ ପରେ ବିରାଟ ଅନୁଷ୍କାଙ୍କୁ ଦେଖିପାରି ତା’ଙ୍କ ପାଖକୁ ଯାଇଥିଲେ । ତେବେ ଏହି ଦୃଶ୍ୟର ଭିଡ଼ିଓ ସୋସିଆଲ ସାଇଟ୍ରେ ଅପ୍ଲୋଡ଼ ହେବା ପରେ ଧିରେ ଧିରେ ଏହା ସେୟାର ହେବା ଆରମ୍ଭ ହୋଇଛି । ବିରୁଷ୍କାଙ୍କ ଏହି ପ୍ରେମଭରା ମୂହୁର୍ତ୍ତକୁ ସମସ୍ତେ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।