ହେଣ୍ଡସେକ୍‌ କରିବା ପାଇଁ ହାତ ବଢ଼ାଇଥିଲେ ବିରାଟ, େଓ୍ଵଟର କିନ୍ତୁ ନଜର ଫେରାଇ ଚାଲିଗଲେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସବୁବେଳେ ତାଙ୍କ ଷ୍ଟାଇଲ ଓ ଖେଳିବାର ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହି ଥାଆନ୍ତି। କୋହଲିଙ୍କ ଗୋଟିଏ ଝଲକ ପାଇବା ପାଇଁ ଲକ୍ଷଲକ୍ଷ ଲୋକ ଭିଡ ଜମାଇ ଥାଆନ୍ତି। ନିକଟରେ ବିରାଟଙ୍କ ସହିତ ଏଭଳି ଜଣେ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇଛି, ଯାହାଙ୍କୁ ବିରାଟ ହେଣ୍ଡସେକ୍‌ କରିବା ପାଇଁ ହାତ ବଢ଼ାଇଥିଲେ ହେଁ ସେ ନଜର ଫେରାଇ ଯାଇଥିଲେ। ଯେଉଁଥିପାଇଁ ସେଠାରେ ଥିବା ତାଙ୍କର ସହ ଖେଳାଳିମାନେ ବିରାଟଙ୍କ ମଜାକ୍‌ ଉଡାଇଥିଲେ।

ବିରାଟ କୋହଲି ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ସହିତ କେପ୍‌ଟାଉନ୍‌ରେ ଲଞ୍ଚ କରିବା ପାଇଁ ଯାଇଥିଲେ। ସେଠାରେ ଜଣେ େଓ୍ଵଟର ବିରାଟ କୋହଲିଙ୍କୁ ରେସ୍ତୋରାଁରେ ଦେଖି ତାଙ୍କ ସହିତ ହାତ ମିଳାଇଥିଲେ। େଓ୍ଵଟର ବିରାଟଙ୍କୁ କହିଥିଲେ, ସେ ତାଙ୍କର ବଡ଼ ପ୍ରଶଂସକ। ବିରାଟ ବି ତାଙ୍କର ଏହି ପ୍ରଶଂସକଙ୍କ କଥା ଶୁଣି ଖୁସି ହୋଇଯାଇଥିଲେ। ଏହି ସମୟରେ ବିରାଟ ଖାଉଥିବା ଟେବୁଲ ପାଖକୁ ଆଉ ଜଣେ େଓ୍ଵଟର ଆସିଥିଲେ। ବିରାଟଙ୍କୁ ଲାଗିଲା ସେ ବି ବୋଧ ହୁଏ ତାଙ୍କର ଜଣେ ଫ୍ୟାନ୍‌ ହୋଇଥିବେ ତେଣୁ ସେ ହେଣ୍ଡସେକ୍‌ କରିବା ପୂର୍ବରୁ ବିରାଟ ହାତ ବଢ଼ାଇ ଦେଇଥିଲେ। କିନ୍ତୁ ସେ ନଜର ଫେରାଇ ତାଙ୍କର ଯାହା କାମ ଥିଲା ତାହାକୁ କରିଥିଲେ। ଅର୍ଥାତ୍‌ କାହାକୁ କିଛି ନକହି ଟେବୁଲରୁ ପ୍ଲେଟ ଉଠାଇ ଚାଲି ଯାଇଥିଲେ େଓ୍ଵଟର।

ଏହି ଘଟଣାକୁ ନେଇ ବିରାଟ କହନ୍ତି, ମୋତେ କିଛି ସମୟ ପାଇଁ ଅସ୍ୱଭାବିକ ଲାଗିଥିଲା। କିନ୍ତୁ ମଜା ବି ଲାଗିଥିଲା।

ସମ୍ବନ୍ଧିତ ଖବର