ଅଷ୍ଟ୍ରେଲିଆରେ ୨୮ ଜଣ ଅଧିନାୟକ ଯାହା କରିପାରିଲେନି, ସେହି କାମକୁ କରି ଦେଖାଇଲେ ବିରାଟ କୋହଲି

ସିଡନୀ: ବାସ୍ତବରେ କୋହଲି ବିରାଟ। ଟିମ୍‌ ଇଣ୍ଡିଆ ୭୨ ବର୍ଷର୍ରୁ ଯେଉଁ କାମ କରିବା ପାଇଁ ଅପେକ୍ଷା କରିଥିଲା, ତାହାକୁ ସୋମବାର ପୂରଣ କରିଛି ଅଧିନାୟକ ବିରାଟ କୋହଲିଙ୍କ ଟିମ୍‌। ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ଶୃଙ୍ଖଳା ଜିତି ବିରାଟ କୋହଲି ପ୍ରଥମ ଏସୀୟ ମହାଦେଶୀୟ ଅଧିନାୟକ ଭାବରେ ଇତିହାସ ରଚିଛନ୍ତି। ଭାରତ ବ୍ୟତୀତ ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ଏପର୍ଯ୍ୟନ୍ତ ମୋଟ ୩୧ ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଏହାରି ଭିତରେ ୨୮ ଜଣ ଅଧିନାୟକ ଅଷ୍ଟ୍ରେଲିଆ ବିରୋଧରେ ନିଜ ଦେଶ ପାଇଁ ନେତୃତ୍ୱ ନେଇଛନ୍ତି।

ଏସିଆ ମହାଦେଶର ଅନେକ ଗୁଡ଼ିଏ ଅଧିନାୟକଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆରେ ଟେଷ୍ଟ ମ୍ୟାଚ ଖେଳାଯାଇଛି କିନ୍ତୁ କୋହଲିଙ୍କ ବ୍ୟତୀତ ଅନ୍ୟମାନେ ସେମାନଙ୍କ ଲକ୍ଷ୍ୟ ହାସଲ କରିପାରି ନାହାନ୍ତି। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସଦ୍ୟତମ ଶୃଙ୍ଖଳାର ୪ର୍ଥ ତଥା ଶେଷ ମୁକାବିଲା ଥିଲା। ଏଥିରେ ବର୍ଷା ଦାଉ ସାଜିଥିଲା। ତୃତୀୟ ଦିନ ରବିବାର କମ ସମୟ ପାଇଁ ମ୍ୟାଚ ଖେଳାଯାଇଥିବା ବେଳେ ଅନ୍ତିମ ଦିବସରେ ଆଜି ଗୋଟିଏ ବଲ ବି ବୋଲିଂ ହୋଇପାରି ନଥିଲା। ସିଡ଼ନୀ ଟେଷ୍ଟ ଡ୍ର ହେବା ପରେ ଭାରତକୁ ୨-୧ରେ ଶୃଙ୍ଖଳାର ବିଜେତା ଘୋଷଣା କରାଯାଇଥିଲା। ଭାରତ ପ୍ରଥମ ଟେଷ୍ଟ (ଆଡିଲେଡ) ଓ ୩ୟ ଟେଷ୍ଟ (ମେଲବର୍ଣ୍ଣ)ରେ ବିଜୟୀ ହୋଇଥିବା ବେଳେ ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ବିଜେତା ହୋଇଥିଲା।

ଭାରତର ୧୩ ଅଧିନାୟକ: ଲାଲା ଅମରନାଥ, ଚନ୍ଦୁ ବୋର୍ଡ, ମସୁର ଅଲି ଖାନ ପଟୋଦୀ, ବିସନ ସିଂହ ବେଦୀ, ସୁନିଲ ଗାଭାସ୍କର, କପିଳ ଦେବ, ମହମ୍ମଦ ଆଝାରୁଦ୍ଦିନ, ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ଅନିଲ କୁମ୍ବଲେ, ଏମ୍‌ଏସ୍‌ ଧୋନି, ବୀରେନ୍ଦ୍ର ସେହଓ୍ଵାଗ ଓ ବିରାଟ କୋହଲି(ବିଜେତା)।

ପାକିସ୍ତାନର ୧୦ ଅଧିନାୟକ: ହନୀଫ ମହମ୍ମଦ, ଇନ୍ତିଖାବ ଆଲମ, ମୁସ୍ତାକ ମହମ୍ମଦ, ଜାଭେଦ ମିୟାଦାଦ, ଜାହିର ଆବାସ, ଇମରାନ ଖାନ, ଓ୍ଵାସିମ ଆକ୍ରମ, ଇଞ୍ଜିମାମ ଉଲ-ହକ୍‌, ମହମ୍ମଦ ୟୁସୁଫ

ଶ୍ରୀଲଙ୍କାର ୫ ଅଧିନାୟକ: ରଂଜନ ମଦୁଗଲେ, ଅରବିନ୍ଦ ଡି-ସିଲଭା, ମାର୍ଭନ ଆଟ୍ଟାପଟ୍ଟୁ, ମାହେଲା ଜୟବର୍ଦ୍ଧନେ

ବାଲାଂଦେଶର ଏକମାତ୍ର ଅଧିନାୟକ: ଖଲିଲ ମହମ୍ମଦ

ଅଷ୍ଟ୍ରେଲିଆରେ ଟେଷ୍ଟ ଶୃଙ୍ଖଳା ଜିତିବାକୁ ୧୯୪୭-୪୮ରୁ ୨୦୧୮-୧୯ ମଧ୍ୟରେ ୨୯ ଜଣ ଅଧିନାୟକ ଉଦ୍ୟମ କରିଛନ୍ତି କିନ୍ତୁ ସଫଳତା କେବଳ କୋହଲିଙ୍କୁ ମିଳିଛି। ଏହି ତାଲିକାରେ ଭାରତୀୟ ଅଧିନାୟକ ଭାବରେ କୋହଲି ତାଲିକାରେ ୧୩ତମ ସ୍ଥାନରେ ଅଛନ୍ତି। ପାକିସ୍ତାନର ୧୦ ଜଣ, ଶ୍ରୀଲଙ୍କାର ୫ ଜଣ ଓ ବାଂଲାଦେଶର ଜଣେ ଅଧିନାୟକ ସାମିଲ ଅଛନ୍ତି।

ସମ୍ବନ୍ଧିତ ଖବର