ବିରାଟ ସଚିନଙ୍କ ନିକଟତର: ସାକ୍‌ଲେନ୍‌

ସାଉଥମ୍ପଟନ୍‌: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନିକଟତର। ସଂପ୍ରତିକ କ୍ରିକେଟରଙ୍କ ମଧ୍ୟରେ କେବଳ କୋହଲି ସଚିନଙ୍କ ସମକକ୍ଷ। ଅନ୍ୟ କେହି ତାଙ୍କ ନିକଟରେ ପହଞ୍ଚି ନାହାନ୍ତି। ଏଭଳି ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନର ପୂର୍ବତନ ସ୍ପିନର ସାକ୍‌ଲେନ୍‌ ମୁସ୍ତାକ। ଇଂଲଣ୍ଡରେ ଭାରତର ସଫଳତା ବିରାଟ ତାଙ୍କ ବ୍ୟାଟ୍ସମ୍ୟାନଙ୍କୁ କିଭଳି ପରିଚାଳିତ କରୁଛନ୍ତି, ତା ଉପରେ ନିର୍ଭର କରିବ ବୋଲି କହିଛନ୍ତି ସାକ୍‌ଲେନ୍‌। ସାକ୍‌ଲେନ୍‌ ଇଂଲଣ୍ଡର ସ୍ପିନ୍‌ ପରାମର୍ଶଦାତା ଅଛନ୍ତି। ଏଣୁ ବିରାଟଙ୍କ ଉପରେ ସେ ଦେଇଥିବା ମନ୍ତବ୍ୟ ଭାରତୀୟ ଦଳର ମନୋବଳକୁ ନିଶ୍ଚିତ ଭାବେ ବଢ଼ାଇବ।

ସମ୍ବନ୍ଧିତ ଖବର