କୋହଲି କହିଲେ-୧୫୦ ପରେ ବି ରନ ପାରା ମିଟର ଡାଉନ ନକରିବା ପଛର କାରଣ

ନୂଆଦିଲ୍ଲୀ: ଟେଷ୍ଟ ମ୍ୟାଚରେ ୨୦ଟି ଶତକ ଓ ୬ଟି ଦ୍ୱି-ଶତକ ବଦଳରେ ୫୨୬୮ ରନ୍‌ ସଂଗ୍ରହ କରି ସାରିଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ତଥା ରନ୍‌ ମେସିନ ବିରାଟ କୋହଲି କହିଛନ୍ତି, ୧୫୦ ରନ୍‌ ପରେ ମଧ୍ୟ ବ୍ୟାଟିଂକୁ ଆହୁରି ଗତିଶୀଳ କରିବାକୁ ପଡ଼ିଥାଏ। ସ୍କୋରବୋର୍ଡରେ ଆହୁରି ରନ୍‌ ଯୋଡ଼ିବା ପାଇଁ ବ୍ୟାଟିଂ ପାରାମିଟରକୁ ଗତି କରିବାକୁ ପଡ଼ିଥାଏ ବୋଲି କୋହଲି କହିଛନ୍ତି।

ଅଧିନାୟକ କୋହଲି କହିଛନ୍ତି, ଯଦି ମୁଁ ୨ୟ ପାଳିରେ ବ୍ୟାଟିଂ କରୁଛି, ତା’ହେଲେ ଏଭଳି ପରିସ୍ଥିତିରେ ରନ୍‌ ସ୍କୋର ଆଗକୁ ବଢ଼ାଇବା ଜରୁରୀ ହୋଇଥାଏ। କାରଣ ଆମର ବୋଲରଙ୍କୁ ବିପକ୍ଷ ଟିମ୍‌ର ଖେଳାଳିଙ୍କୁ ଆଉଟ କରିବାକୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ବୋଲରମାନଙ୍କୁ ଅତିରିକ୍ତ ସମୟ ମିଳିପାରିବ। ଅନ୍ୟପକ୍ଷରେ ଭଲ ସ୍କୋର ହେବା ପରେ ବିପକ୍ଷରେ ଖେଳୁଥିବା ଦଳ ଚାପରେ ରହିଥାନ୍ତି।

ଟିମ୍‌ ଇଣ୍ଡିଆର ଏହି ରଣନୀତିରେ ଭାରତୀୟ ବୋଲରଙ୍କୁ ବିରୋଧୀ ଟିମ୍‌ର ୨୦ଟି ଓ୍ଵିକେଟ ନେବାକୁ ଉପଯୁକ୍ତ ସମୟ ମିଳି ଯାଇଥାଏ। ଦିନିକିଆ କ୍ରିକେଟର ବ୍ରାଡମ୍ୟାନ ଭାବରେ ଜଣାଶୁଣା କୋହଲି କହିଛନ୍ତି, ଗତ ବର୍ଷ ଜୁଲାଇ ପରେ ଟେଷ୍ଟ ମ୍ୟାଚରେ ଗୋଟିଏ ବି ଶତକ ମାରି ନଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ୧୭ ମାସରେ ୬ଟି ଦ୍ୱି-ଶତକ ହାସଲ କରିଛନ୍ତି।

ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷରେ ୩ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୬୧୦ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ସାମିଲ ଥିଲା। କୋହଲି ନାଗପୁରରେ ୨୧୩ ରନ୍‌ ଖେଳିଥିବା ବେଳେ ଦିଲ୍ଲୀରେ ୨୪୩ରନ୍‌ ସଂଗ୍ରହ କରି ବ୍ରାଏନ୍‌ ଲାରାଙ୍କ ରେକର୍ଡ ଭଙ୍ଗ କରିଥିଲେ।

ଭାରତୀୟ ଖେଳାଳିମାନେ ଶ୍ରୀଲଙ୍କାର ପ୍ରଥମ ପାଳିରେ କିଛି କ୍ୟାଚଗୁଡ଼ିକୁ ଛାଡ଼ି ଦେଇଥିଲେ। କୋହଲି କହିଛନ୍ତି, ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଥମେ ସ୍ଲିପ ଫିଲ୍ଡିଙ୍ଗର ଆବଶ୍ୟକତା ରହିଛି। କୋହଲି କହିଛନ୍ତି, ପ୍ରଥମ ଓ ୨ୟ ସ୍କିପରେ ଯଦି ଆପଣ ଭଲ ଅଭ୍ୟାସ କରିବେ, ତା’ହେଲେ ଏଥିରୁ ଉତ୍ତମ ଫଳ ମିଳି ପାରିବ। ଆମେ ଏହି କ୍ଷେତ୍ରରେ ଦୁର୍ବଳ ଅନୁଭବ କରୁଛୁ, ସେଥିପାଇଁ ଏହି କାମ କରିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର