ଆଇପିଏଲ୍‌ ୧୨ରେ ବିଜୟକୁ ଅପେକ୍ଷା: ଟସ୍‌ ଜିଣି ବେଙ୍ଗାଲୁରୁର ବୋଲିଂ ନିଷ୍ପତ୍ତି, ମୁମ୍ବାଇ କରୁଛି ବ୍ୟାଟିଂ

ବେଙ୍ଗାଲୁର: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଗୁରୁବାର ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଟିମ୍‌ ମୁହାଁମୁହିଁ ହୋଇଛନ୍ତି। ବିରାଟ କୋହଲି ରୋୟାଲ ଚ୍ୟାଲେଞ୍ଜର୍ସ ଟିମ୍‌ର ଅଧିନାୟକ ହୋଇଥିବା ବେଳେ ମୁମ୍ବାଇ ଇଣ୍ଡିଆନସ୍‌ ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳୁଛି। ଉଭୟ ଟିମ୍‌ ନିଜର ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛନ୍ତି ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ବିଜୟୀ ହେବାକୁ ଆଶା ବାନ୍ଧିଛନ୍ତି। ଉଭୟ ଟିମ୍‌ ମଧ୍ୟରେ ଆଜି ବେଙ୍ଗାଲୁରୁସ୍ଥିତ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମୁକାବିଲା ହୋଇଛି। ଟସ୍‌ ଜିଣି ବେଙ୍ଗାଲୁରୁ ପ୍ରଥମେ ବୋଲିଂ କରୁଥିବା ବେଳେ ମୁମ୍ବାଇ ବ୍ୟାଟିଂ କରୁଛି।

ରୋହିତ ଶର୍ମାଙ୍କ ମୁମ୍ବାଇକୁ ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ୍‌ ଠାରୁ ହାରିବାକୁ ପଡିଛି। ଏହି ମ୍ୟାଚରେ ଷ୍ଟାର ବୋଲର ଆଘାତ ପାଇଥିଲେ। ଏହି ହତୋତ୍ସାହ ମଧ୍ୟରେ ମୁମ୍ବାଇ ପାଇଁ ଭଲ ଖବର ଆସିଛି। ଶ୍ରୀଲଙ୍କାର ଅଭିଜ୍ଞ ବୋଲର ଲାସିଥ ମାଲିଙ୍ଗା ଟିମ୍‌କୁ ଫେରିଛନ୍ତି। ଅନ୍ୟପକ୍ଷରେ ବିରାଟଙ୍କ ପାଇଁ ଭଲ ଖବର ଏହା ଯେ, ସେ ଘରୋଇ ପଡ଼ିଆରେ ଖେଳିବେ। ଘରୋଇ ପଡିଆର ପରିସ୍ଥିତିରୁ ତାଙ୍କୁ ଫାଇଦା ମିଳିବାର ଆଶା କରାଯାଉଛି।

ଶ୍ରୀଲଙ୍କା କ୍ରିକେଟ ନିକଟରେ କହିଥିଲା ଯେ, ବିଶ୍ୱକପ୍‌ରେ ଖେଳିବାକୁ ଶ୍ରୀଲଙ୍କାର ଖେଳାଳିଙ୍କୁ ଘରୋଇ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ପଡିବ। ମାତ୍ର ବିସିସିଆଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସହିତ ଆଲୋଚନା କରିବା ପରେ ମାଲିଙ୍ଗା ମୁମ୍ବାଇ ଟିମ୍‌ରେ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର