ପାକିସ୍ତାନକୁ ଭିସା ପାଇଁ ଆଲୋଚନା

ନୂଆଦିଲ୍ଲୀ,: ପୁରୁଷ ହକି ବିଶ୍ବକପ୍‌ରେ ପାକିସ୍ତାନର ଅଂଶଗ୍ରହଣ ଆଶା ଓ ଆଶଙ୍କା ଭିତରେ ରହିଛି। ପାକିସ୍ତାନ ଏହାର ଖେଳାଳି ଓ ଅଧିକାରୀଙ୍କ ପାଇଁ ଗତ ମାସରେ ଭିସା ଲାଗି ଆବେଦନ କରିଛି। ହେଲେ ସେମାନଙ୍କୁ ଭିସା ପ୍ରଦାନ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏବେବି ବିଚାର ବିମର୍ଷ ଜାରି ରଖିଛି। ଆତଙ୍କବାଦକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭଲ ନଥିବାରୁ ଏଭଳି ଅସୁବିଧା ଦେଖା ଦେଇଛି। ୨୦୧୬ କନିଷ୍ଠ ବିଶ୍ବକପ୍‌ ବେଳେ ମଧ୍ୟ ପାକିସ୍ତାନ ଖେଳାଳିଙ୍କୁ ଭିସା ଦେବା ଲାଗି ଭାରତ ଡେରି କରିବାରୁ ଏହି ପ୍ରତିଯୋଗିତାରୁ ଦଳ ‌ଓହରି ଯାଇଥିଲା। କିନ୍ତୁ ଚଳିତ ବର୍ଷ ଅନ୍ତିମ ତାରିଖ ପୂର୍ବରୁ ପାକିସ୍ତାନ ଭିସା ପାଇଁ ଆବେଦନ କରିସାରିଛି। ଏହି ବୃହତ ପ୍ରତିଯୋଗିତାରେ ପାକିସ୍ତାନର ଅଂଶଗ୍ରହଣ ଲାଗି ଏହି ଦଳକୁ ଭିସା ଦେବାକୁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ମଧ୍ୟ ଭାରତ ସରକାରଙ୍କୁ ଅନୁରୋଧ କରିଛି। ହେଲେ ଏହି ନିଷ୍ପତ୍ତି ‌ଲାଗି ସରକାର ବିଚାର ବିମର୍ଷ ଜାରି ରଖିଥିବା ସୂତ୍ରରୁ ଜଣା ପଡ଼ିଛି।

ସମ୍ବନ୍ଧିତ ଖବର