ଇଡେନ୍‌ ଗାର୍ଡେନରେ ସେଦିନର ସ୍ମୃତିକୁ ଆତ୍ମଜୀବନୀ ପୁସ୍ତକରେ ସ୍ଥାନ ଦେଲେ ମହାନ୍‌ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ

ଆତ୍ମଜୀବନୀ ‘୨୮୧ ଆଣ୍ଡ ବିୟାଣ୍ଡ’ର କଭର୍‌ ଉନ୍ମୋଚିତ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ମହାନ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ଷ୍ଟାର ସ୍ପୋଟର୍ସ ସହିତ ଫେସ୍‌ବୁକ୍‌ ଲାଇଭ୍‌ଷ୍ଟ୍ରିମ୍‌ ଜରିଆରେ ନିଜର ଆତ୍ମଜୀବନୀ ‘୨୮୧ ଆଣ୍ଡ ବିୟାଣ୍ଡ’ର କଭର୍‌ ଉନ୍ମୋଚନ କରିଛନ୍ତି। ତାଙ୍କ ଆତ୍ମଜୀବନୀ ନଭେମ୍ବର ୧୯ରେ ବଜାରକୁ ଆସିବ, ଯେଉଁଥିରେ ସହକାରୀ ଲେଖକ ତଥା କ୍ରୀଡ଼ା ସାମ୍ବାଦିକ ଆର୍‌. କୌଶିକ ଅଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବିଦାୟ ନେବା ପରେ ଲକ୍ଷ୍ମଣ ଆତ୍ମଜୀବନୀ ଲେଖିବାକୁ ଚାହୁଁଥିଲେ।

କଭର ଉନ୍ମୋଚନ ସମୟରେ ଲକ୍ଷ୍ମଣ କହିଛନ୍ତି, ଏହା ହେଉଛି ଦେଶର ଜଣେ ଖେଳାଳିଙ୍କର ପୁସ୍ତକ। ପୁସ୍ତକର ସିରୋନାମା ୨୦୦୧ରେ ଇଡେନ ଗାର୍ଡେନରେ ଅଷ୍ଟ୍ରେଲିଆ ବିପକ୍ଷରେ ଲକ୍ଷ୍ମଣଙ୍କ ୨୮୧ ରନ୍‌ ଦ୍ୱାରା ପ୍ରେରିତ। ଲକ୍ଷ୍ମଣ ଏହି ଇନିଂସ ବଳରେ ଶୃଙ୍ଖଳାର ଧାରା ବଦଳାଇ ଦେଇଥିଲେ।

ଲକ୍ଷ୍ମଣ କହିଛନ୍ତି, ମୋର ଜୀବନର ନିର୍ଣ୍ଣାୟକ ଦିଗ ୨୮୧ ରନ୍‌ ଥିଲା। ପୁସ୍ତକରେ ମୁଁ ମ୍ୟାଚ ଖେଳିବା ସଂପର୍କରେ ଆଲୋଚନା କରିଛି ଯେ, ମୁଁ କେମିତି ଫିଟ୍‌ ହୋଇଥିଲି। ଚତୁର୍ଥ ଦିନରେ ରାହୁଲ ଦ୍ରାବିଡଙ୍କ ସହିତ ମୋର ବ୍ୟାଟିଂ ଓ କେମିତି ଭାଗିଦାରୀ ହୋଇଥିଲୁ, ପୁସ୍ତକରେ ବର୍ଣ୍ଣନା କରାଯାଇଛି। ମୁଁ ଏହି ଶୃଙ୍ଖଳାରୁ ଅନେକ କିଛି ଶିଖିଛି।

ସମ୍ବନ୍ଧିତ ଖବର