କ୍ରିକେଟିୟରଙ୍କ ଡୋପ୍‌ ଟେଷ୍ଟ ପାଇଁ ବିସିସିଆଇ ଉପରେ ଚାପ ପକାଇଲା ଓ୍ଵାଡା

ନୂଆଦିଲ୍ଲୀ: ପୃଥିବୀ ଧନୀ କିକେଟ ସଙ୍ଗଠନ ବିସିସିଆଇର ମନମାନୀ ଓ ଭାରତୀୟ କ୍ରିକେଟ ଖେଳାଳୀଙ୍କ ନଛୋଡ଼ବନ୍ଧା ଜିଦ୍‌ ଯୋଗୁଁ ଆଗାମୀ ଦିନରେ ସମଗ୍ର ଦେଶର କ୍ରୀଡ଼ା ପ୍ରଭାବିତ ହେବାକୁ ଯାଉଛି। ଭାରତୀୟ କ୍ରିକେଟିୟରମାନେ ଲଗାତର ଭାବେ ଡୋପିଂ ଟେଷ୍ଟକୁ ନା କରିବା ପରେ ଏବେ ଭାରତୀୟ କ୍ରୀଡ଼ା ଉପରେ ବିପଦ ସୃଷ୍ଟି ହୋଇଛି।
ଓ୍ଵାଡା (ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥା) ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ( ଆଇସିସି)କୁ ଚିଠି ଲେଖି ଜଣାଇଛି ସେ ଆଇସିସି ଭାରତୀୟ କ୍ରକେଟିୟରମାନଙ୍କ ଡୋପ ଟେଷ୍ଟ ପାଇଁ ବିସିସିଆଇ ଉପରେ ଚାପ ପକାଉ ଓ ଏହା ଭାରତର ଜାତୀୟ ଡୋପିଂ ନିରୋଧୀ ସଂସ୍ଥା (ନାଡା) ଦ୍ୱାରା କରାଉ। ଯଦି ଏହା ନ ହୁଏ ନାଡା ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥାର ସହବନ୍ଧନ ହରାଇବ। ଏ ପରିସ୍ଥିତିରେ ଭାରତର ସବୁ କ୍ରୀଡ଼ା ପ୍ରଭାବିତ ହେବ ବୋଲି ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥା ପକ୍ଷରୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କୁ ମଧ୍ୟ ଚିଠି ଦ୍ୱାରା ଜଣାଇ ଦିଆଯାଇଛି। ଯଦି ଏହା ନହୁଏ ତେବେ ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥାର କୌଣସି ସଂସ୍ଥା ଭାରତରେ ନ ରହିବାରୁ ଭାରତୀୟ ଖୋଳାଳିମାନେ ଡୋପିଂ ଟେଷ୍ଟ ନେଇ ବିଭିନ୍ନ ସମସ୍ୟାରେ ପଡ଼ିବେ ଯାହା ଭାରତୀୟ କ୍ରୀଡ଼ାକୁ ସିଧାସଳଖ ପ୍ରଭାବିତ କରିବ ବୋଲି ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥା ପକ୍ଷରୁ କୁହାଯାଇଛି।
ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥାର ମହାନିର୍ଦ୍ଦେଶକ ଓଲିଭର ନିଗଲ୍ଲି କ୍ରୀଡ଼ା ମନ୍ତ୍ରୀ ଶ୍ରୀ ରାଠୋରଙ୍କୁ ଚିଠି ଲେଖି ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି।

photo credit- reuter

ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥାର ମହାନିର୍ଦ୍ଦେଶକ ଶ୍ରୀ ନିଗଲ୍ଲି କହିଛନ୍ତି ଆମେ ଏ ନେଇ ଆଇସିସି ସହିତ ଯୋଗାଯୋଗ କରୁଛୁ।, ମାତ୍ର ଭାରତୀୟ କ୍ରିଡ଼ାର ଭବିଷ୍ୟତ ଦୃଷ୍ଟିରୁ ନାଡାକୁ କ୍ରୀଡ଼ା ବିଭାଗ ସହଯୋଗ କରିବା ସହିତ ବିସିସିଆଇ ଉପରେ ଏହାର କ୍ରିକେଟିୟରମାନଙ୍କ ଡୋପ ଟେଷ୍ଟ ପାଇଁ ଚାପ ପକାଇବାକୁ ଅନୁରୋଧ କରାଯାଇଛି।
ଗତ ଏପ୍ରିଲ ମାସରେ ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥା ପକ୍ଷରୁ ଅଡ଼ିଟ୍‌ କଲା ବେଳେ ଜଣାପଡ଼ିଥିଲା ଯେ ବିସିସିଆଇ ଏହି ବଶ୍ୱ ସଂସ୍ଥା( ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥା)ର ସହବନ୍ଧିତ ସଂସ୍ଥା ନାଡ଼ାକୁୁ ସ୍ୱୀକୃତି ଦେଇନାହିଁ କିମ୍ବା ୁ ଏହାର କିକେଟିୟରଙ୍କ ଡୋପ୍‌ ଟେଷ୍ଟ ପାଇଁ ଅନୁମତି ବି ଦେଇ ନାହିଁ। ଏହି ଚିଠି ପାଇବା ପରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ରାଠୋର ଏହି ମାମଲାରେ ବିସିସିଆଇ କର୍ତ୍ତୃପକ୍ଷଙ୍କ ସହିତ ବିଚାରବିମର୍ଶ ପାଇଁ ପୂର୍ବତନ କ୍ରୀଡ଼ା ସଚିବ ଇଞ୍ଜିତ ଶ୍ରୀନିବାସଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ଶ୍ରୀନିବାସ ମଧ୍ୟ ଏ ସମ୍ପର୍କରେ ବିସିସିଆଇକୁ ଚିଠି ଲେଖିି ନାଡା ଦ୍ୱାରା ଡୋପ ଟେଷ୍ଟକୁ ଭାରତ ସରକାର ଅନୁମତି ଦେଇଛନ୍ତି ଓ ଏହା କ୍ରିକେଟ ସମେତ ସମସ୍ତ ଖେଳରେ ପ୍ରଯୁଯ୍ୟ ବୋଲି ଦର୍ଶାଇଛନ୍ତି। ତେଣୁ ଏହି ଘଟଣାରେ ହସ୍ତକ୍ଷେପ କରି ନାଡାକୁ ତାର କାର୍ଯ୍ୟ କରିବା ପାଇଁ ସୁଯୋଗ ଦେବାକୁ ବିସିସିଆଇର କମିଟି ଅଫ ଆଡମିନିଷ୍ଟ୍ରେସନର ଅଧ୍ୟକ୍ଷ ବିନୋଦ ରାୟ ଓ ଅନ୍ୟ ପଦାଧିକାରୀଙ୍କୁ ଜଣାଇ ଦେଇଛନ୍ତି।
ଏ ସମ୍ପର୍କରେ ନାଡା ମହାନିର୍ଦ୍ଦେଶକ ନବୀନ ଅଗ୍ରଓ୍ଵାଲ କହିଛନ୍ତି ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥା ଭାରତୀୟ କ୍ରିକେଟିୟରଙ୍କ ଡୋପ୍‌ ଟେଷ୍ଟ ନେଇ ବେଶ ଗମ୍ଭୀର। ସେଥିପାଇଁ ସେମାନେ ଘଟଣାକୁ କ୍ରୀଡ଼ା ମନ୍ତ୍ରଣାଳୟକୁ ନେଇଛନ୍ତି। ବିସିସିଆଇ ଏକ ଘରୋଇି ସଂସ୍ଥା ନୁହେଁ, ଏହା ଏକ ସର୍ବସାଧାରଣ ସଂସ୍ଥା। ସେହିପରି ଆଇସିସି ଡୋପ୍‌ ଟେଷ୍ଟ ପାଇଁ ଓ୍ଵାଡ଼ା ସହିତ ସହମତି ଥିବା ବେଳେ ବିସିସିଆଇ ରାଜି ନ ହେବାର କୌଣସି କାରଣ ନାହିଁ ବୋଲି ଶ୍ରୀ ଅଗ୍ରଓ୍ଵାଲ କହିଛନ୍ତି।

ସମ୍ବନ୍ଧିତ ଖବର