ମେଲବର୍ନ: ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଡେଭିଡ୍ ୱାର୍ନର ମଙ୍ଗଳବାର ଏକ ଅଭିନବ ଉପାୟରେ କରୋନା ଭୂତାଣୁ ବିରୋଧରେ ଲଢ଼ୁଥିବା ଡାକ୍ତରୀ ଦଳ ଏବଂ ସୁରକ୍ଷା କର୍ମଚାରୀଙ୍କୁ ସମର୍ଥନ କରିଛନ୍ତି। ସମ୍ପୂର୍ଣ୍ଣ ଲଣ୍ଡା ହୋଇ ୱାର୍ନର ଏହି ସମର୍ଥନ ଜଣାଇବା ସହ ନିଜ ଜୀବନକୁ ବାଜି ଲଗାଇ ବିଶ୍ବର ଜନ ସମୂହଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାରୁ ଉଚ୍ଚ ପ୍ରଶଂସା କରିଛନ୍ତି। ସମାନ ସମୟରେ ଅନ୍ୟମାନଙ୍କୁ ବି କୋଭିଡ୍-୧୯ ଯୋଦ୍ଧାମାନଙ୍କୁ ସମର୍ଥନ କରିବାକୁ ଆହ୍ବାନ କରିଛନ୍ତି। ଏହି ଅବସରରେ ୱାର୍ନର ମଧ୍ୟ ସମାନ ଢଙ୍ଗରେ ସମର୍ଥନ ଜଣାଇବାକୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବଂ ନିଜ ଅଷ୍ଟ୍ରେଲୀୟ ସାଥୀ ଷ୍ଟିଭେନ୍ ସ୍ମିଥ୍ଙ୍କୁ ଆହ୍ବାନ କରିଛନ୍ତି। ଏହି ବାମହାତୀ ଖେଳାଳି ନିଜ ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ଛାଡ଼ିଥିବା ଭିଡିଓରେ ଏକ ଟ୍ରିମର୍ ଜରିଆରେ ନିଜ ମୁଣ୍ଡ ଚୁଳକୁ ସଫା କରୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, କରୋନା ଭୂତାଣୁ କାରଣରୁ ଅଷ୍ଟ୍ରେଲିଆରେ ଅଦ୍ୟାବଧି ୪୨୦୦ ଆକ୍ରାନ୍ତ ଥିବାବେଳେ ୧୯ ଜଣଙ୍କ ଜୀବନ ଗଲାଣି। ଆପଣଙ୍କୁ ଏହି ମହାମାରୀର ଭୟାବହତା ବୁଝିବା ଲାଗି ଆଇନଷ୍ଟାଇନ୍ ହେବାକୁ ପଡ଼ିବ ନାହିଁ ବୋଲି ୱାର୍ନର କହିଛନ୍ତି। ତେବେ ଅନ୍ୟର ଜୀବନ ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ବ୍ୟକ୍ତିମାନଙ୍କ ପ୍ରତି ନିଜ ସମର୍ଥନ ଜଣାଇବାକୁ ୱାର୍ନର ପ୍ୟାଟ୍ କମିନ୍ସ, ମାର୍କସ ଷ୍ଟୋଇନିସ୍ଙ୍କୁ ମଧ୍ୟ ଆହ୍ବାନ କରିଛନ୍ତି। ଆଗାମୀ ଜୁନ୍ ମାସର ବାଂଲାଦେଶ ଗସ୍ତ ବାତିଲ କି ସ୍ଥଗିତ ହେବ ସେ ନେଇ ମୁଁ ନିଶ୍ଚିତ ନୁହେଁ ବୋଲି ଏହି ଅବସରରେ କହିଛନ୍ତି ଅଷ୍ଟ୍ରେଲିଆ ଦଳ ଅଧିନାୟକ ଟିମ୍ ପେନ୍।
ଲଣ୍ଡା ହେଲେ ୱାର୍ନର: କୋହଲି, ସ୍ମିଥ୍ଙ୍କୁ ଦେଲେ ଆହ୍ବାନ
/sambad/media/post_attachments/wp-content/uploads/2020/04/cdg65j4dg98j7dg89j7dgjjjjjjjjjjjjjjjjjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)