ମାଭି ଓ ଅଭେଶଙ୍କୁ ଚେତାବନୀ

ମୁମ୍ବାଇ: କୋଲକାତା ନାଇଟ୍‌ ରାଇଡର୍ସର ଦୁଇ ଯୁବ ବୋଲର ଶିଭମ୍‌ ମାଭି ଏବଂ ଅଭେଶ ଖାନ୍‌ଙ୍କୁ ଆଇପିଏଲ୍‌ ଆଚରଣ ସଂହିତା ଉଲ୍ଲଂଘନ ଅଭିଯୋଗରେ ଚେତାବନୀ ଦିଆଯାଇଛି। ଶୁକ୍ରବାର ଦିଲ୍ଲୀ ଡେୟାର ଡେଭିଲ୍ସ ବିପକ୍ଷ ମୁକାବିଲାରେ ଉଭୟ ଅଭେଶ ଓ ମାଭି ପଡ଼ିଆ ଭିତରେ ଆଶୋଭନୀୟ ଆଚରଣ କରିଥିଲେ। ଅମ୍ପାୟାର ଏହି ବିଷୟରେ ରିପୋର୍ଟ କରିବା ପରେ ମ୍ୟାଚ୍‌ ରେଫରି ମାମଲାର ଶୁଣାଣି କରିଥିଲେ। ଶୁଣାଣିରେ ଦୁଇ ଜଣ ଯାକ ନିଜ ଦୋଷ ମାନି ନେଇଥିଲେ। ଫଳରେ ମ୍ୟାଚ୍‌ ରେଫରି ସେମାନଙ୍କୁ କେବଳ ଚେତାବନୀ ଦେଇ ଛାଡ଼ି ଦେଇଥିଲେ।

ସମ୍ବନ୍ଧିତ ଖବର