ଅନେକ ବର୍ଷ ପରେ ଏକାଠି ଦିଶିଲେ ଏହି ଲଭ୍‌ବାର୍ଡସ: ଆଇପିଏଲ୍‌ ଆନ୍‌ଥେମ୍‌ରେ ଦୀପିକାଙ୍କ ସହ ନାଚିଲେ ଧୋନି

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କର ବଲିଉଡ୍‌ ଅଭିନେତ୍ରୀ ଦୀପିକାଙ୍କ ସହ ପ୍ରେମ ସଂପର୍କ ଥିବା କଥା ଆଦୌ ଗୁପ୍ତ ନୁହେଁ। ଗୋଟାଏ ସମୟରେ ଏ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଏପରି ଏକ ସଂପର୍କକୁ ନେଉ ଉଭୟଙ୍କ ପକ୍ଷରୁ କୌଣସି ପ୍ରକାରର ଆନୁଷ୍ଠାନିକ ଘୋଷଣା ନ ହୋଇଥିଲେ ବି ଏକଥା କାହାକୁ ବି ଅଛପା ନଥିଲା। ଯାହା ବି ସମୟ ବଢ଼ିବା କ୍ରମେ ସାକ୍ଷୀଙ୍କୁ ନେଇ ନିଜ ଘର ବସାଇଲେ ଧୋନି। ପରବର୍ତ୍ତୀ ମୁହୂର୍ତ୍ତରେ ରଣବୀରଙ୍କ ସହ ପ୍ରେମ ସଂପର୍କରେ ଛନ୍ଦି ହୋଇଗଲେ ଦୀପିକା।

ମାତ୍ର ଏବେ ଅନେକ ବର୍ଷ ପରେ ଦୀପିକା ଓ ଧୋନି ନିଜର ଫ୍ୟାନ୍‌ମାନଙ୍କୁ ସର୍‌ପ୍ରାଇଜ୍‌ ଦେଇଛନ୍ତି। ଅନେକ ବର୍ଷ ପରେ ସେମାନେ ଜିଓ ବିଜ୍ଞାପନରେ ଏକତ୍ର ନୃତ୍ୟ କରୁଥିବାର ଦେଖିବାକୁ ମିଳୁଛନ୍ତି। ଆପଣ ଏକଦମ ଠିକ୍‌ ପଢୁଛନ୍ତି, ଦୀପିକା ଏବଂ ଧୋନି ଆଇପିଏଲ୍‌ ଆନ୍‌ଥେମ୍‌ରେ ସାଙ୍ଗ ହୋଇ ନାଚୁଥିବାର ଦେଖିବାକୁ ମିଳୁଛନ୍ତି। ଏହି ଭିଡିଓ ଏବେ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହୋଇଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଅଭିନେତ୍ରୀ ଦୀପିକା ମହେନ୍ଦ୍ର ସିଂହ ଧୋନି, ହାର୍ଦ୍ଦିକ ପାଣ୍ଡ୍ୟା, ରୋହିତ ଶର୍ମା ଆଦିଙ୍କ ସହ ତାଳରେ ତାଳ ମିଶାଇ ନାଚୁଛନ୍ତି।

ସମ୍ବନ୍ଧିତ ଖବର