ବିଶ୍ୱକପ : ଆଫଗାନିସ୍ତାନ ଆଗରେ ୨୬୩ରନର ଲକ୍ଷ୍ୟ ରଖିଲା ବାଂଲାଦେଶ

ସାଉଥହମ୍ପଟନ : ସାଉଥହମ୍ପଟନର ରୋଜବାଉଲ ଷ୍ଟାଡିୟମଠାରେ ଚାଲିଥିବା ବିଶ୍ୱକପ୨୦୧୯ର ଏକ ଲିଗ ମ୍ୟାଚରେ ବାଂଲାଦେଶ ଆଫଗାନିସ୍ଥାନ ଆଗରେ ୨୬୩ ରନର ଲକ୍ଷ୍ୟ ରଖିଛି । ଆଫଗାନିସ୍ତାନ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ ଆରମ୍ଭ କରି ବାଂଲାଦେଶର ଦୁଇ ଓପନର ଲିଟନ ଦାସ ଓ ତମିମ ଇକବାଲ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ । ତେବେ ଦଳୀୟ ସ୍କୋର ୨୩ ହୋଇଥିବାବେଳେ ଲିଟନ ୧୬ ରନ କରି ମୁଜିବଙ୍କ ବଲରେ ଆଉଟ ହୋଇଥିଲେ ।

ତମିନ ଇକବାଲ ଓ ଅଭିଜ୍ଞ ସାକିବ ଅଲ ହସଲ ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ତମିମ ୩୬ ଓ ସାକିବ ୫୧ ରନ କରିଥିଲେ । ତେବେ ଏହି ଇନିଂସର ଆକର୍ଷଣ ଥିଲା ଓ୍ଵିକେଟ କିପର ମୁସଫିକୁର ରହିମଙ୍କ ଆକର୍ଷଣୀୟ ୮୩ ରନ । ସେ ୮୭ଟି ବଲ ଖେଳି ଏହି ସ୍କୋର କରିଥିଲେ ମଧ୍ୟ ଦୌଲତ ଜଦରାନଙ୍କ ବଲରେ ନବିଙ୍କ ହାତରେ ଧରାପଡିଥିଲେ । ସୌମ୍ୟ ସରକାର ମାତ୍ର ୩ ରନ କରି ଆଉଟ ହୋଇଥିଲେ ମଧ୍ୟ ମହମ୍ମଦୁଲ୍ଲା ଓ ମସାଦେକ ହୋସେନ ଯଥାକ୍ରମେ ୨୭ ଓ ୩୫ ରନର ଯୋଗଦାନ ଦେଇ ଦଳୀୟ ସ୍କୋରକୁ ୭ ଓ୍ଵିକେଟରେ ୨୬୨ରନରେ ପହଞ୍ଚାଇଥିଲେ । ଆଫଗାନିସ୍ତାନ ପକ୍ଷରୁ ମୁଜିବୁର ରେହମାନ ୩ଟି,ଗୁଲବଦିନ ନାଏବ ୨ଟି ଓ ନବି ଓ ଜଦରାନ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର