ବିଶ୍ୱକପ୍‌: ବାବର ଆଜମଙ୍କ ଅର୍ଦ୍ଧଶତକ, ପାକିସ୍ତାନର ବ୍ୟାଟିଂ ଜାରି, ସ୍କୋର ୧୬୪/୩

ବର୍ମିଂହାମ୍‌: ବାବର ଆଜମଙ୍କ ଅର୍ଦ୍ଧଶତକ ବଳରେ ପାକିସ୍ତାନ ନିଜର ସ୍କୋରକୁ ୧୬୪ ରନ୍‌ରେ ପହଂଚାଇଛି। ବାବର ଆଜମ ୬୮ଟି ବଲ ଖେଳି ୫୦ ରନ୍‌ କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ପାକିସ୍ତାନ ୩୭ ଓଭର ମ୍ୟାଚ୍‌ ଶେଷ ହେବା ପରେ ୩ଟି ଓ୍ଵିକେଟ୍‌ ହରାଇ ୧୬୪ ରନ୍‌ କରିଛି। ବାବର ଆଜମ ଓ ହରିସ ସୋହିଲ କ୍ରିଜ୍‌ରେ ଅଛନ୍ତି।

ଦ୍ୱିତୀୟ ଇନିଂସରେ ପାକିସ୍ତାନ ୨୩୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଛି। ଟିମ୍‌ ସ୍କୋର ୧୯ ରନ୍‌ରେ ଓପନର ଫାକର ଜମାନ (୯ ରନ୍‌)ଙ୍କୁ ହରାଇଥିଲା। ଟେଣ୍ଟ୍ର ବୋଲ୍ଟଙ୍କ ବଲ ମାର୍ଟିନ ଗୁପଟିଲଙ୍କୁ କ୍ୟାଚ୍‌ ଦେଇ ଜମାନ ଆଉଟ ହୋଇଥିଲେ। ସ୍କୋର ୪୪ ରନ୍‌ରେ ଇମାମ୍‌ ଉଲ୍‌ ହକ୍‌ (୧୯ ରନ୍‌) ଲକି ଫରଗୁସନଙ୍କ ବଲ ଗୁପଟିଲଙ୍କ ଦ୍ୱାରା କ୍ୟାଚ୍‌ ହୋଇ ପାଭଲିଅନ ଫେରିଥିଲେ। ନ୍ୟୁଜିଲାଣ୍ଡ ମହମ୍ମଦ ହଫିଜ (୩୨ ରନ୍‌)ଙ୍କୁ ୩ୟ ଶିକାର କରିଥିଲା। ଓ୍ଵିଲିୟମସନଙ୍କ ବଲ ଫରଗୁସନଙ୍କୁ କ୍ୟାଚ୍‌ ଦେଇ ହଫିଜ ଆଉଟ୍‌ ହୋଇଥିଲେ।

ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ୍‌ ୨୦୧୯ରେ ବୁଧବାର ପାକିସ୍ତାନ ଘାତକ ବୋଲିଂ କରିଥିଲା। ଏହା ସତ୍ତ୍ୱେ ବି ନ୍ୟୁଜିଲାଣ୍ଡର ମଧ୍ୟକ୍ରମର ବ୍ୟାଟସ୍‌ମ୍ୟାନ ଜେମସ୍‌ ନୀଶମ (୯୭ ରନ୍‌, ୧୧୨ ବଲ, ୫ ଚୌକା, ୩ ଛକା) ଓ କୋଲିନ ଡି ଗ୍ରାଣ୍ଡହୋମ୍‌ ଦଳର ସ୍କୋରକୁ ସମ୍ମାନଜନକ ସ୍ଥିତିରେ ପହଂଚାଇଥିଲେ। ନୀଶମ ଓ ଗ୍ରାଣ୍ଡହୋମ୍‌ ଶତକୀୟ (୧୩୨ ଭାଗିଦାରୀ ରନ୍‌) ହୋଇଥିଲେ। ନ୍ୟୁଜିଲାଣ୍ଡ ଏକଦା ୪୬ ରନ୍‌ ମଧ୍ୟରେ ୪ ଜଣ ବ୍ୟାଟସ୍‌ମ୍ୟାନଙ୍କୁ ହରାଇଥିଲା। ବିଶ୍ୱକପ୍‌ର ୩୩ତମ ମ୍ୟାଚ୍‌ ବର୍ମିଂହାମ୍‌ସ୍ଥିତ ଆଜେବେଷ୍ଟନ ଷ୍ଟାଡିୟମ୍‌ରେ ଜାରି ଥିବା ବେଳେ ନ୍ୟୁଜିଲାଣ୍ଡ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଟିମ୍‌ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୨୩୭ ରନ୍‌ କରିଥିଲା।

Zee News

ଓପନର ମାର୍ଟିନ ଗୁପଟିଲ (୫ ରନ୍‌) ଓ କୋଲିନ ମୁନ୍‌ରୋ (୧୨ ରନ୍‌) କରି ପାଭଲିଅନ୍‌ ଫେରିଥିଲେ। ସେହିପରି ମଧ୍ୟ କ୍ରମର ବ୍ୟାଟସ୍‌ମ୍ୟାନ୍‌ ରସ ଟେଲର (୩ ରନ୍‌) ଓ ଟମ ଲାଥମ (୧ ରନ୍‌) ମଧ୍ୟ ତିଷ୍ଟି ପାରି ନଥିଲେ। ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ ଧୈର୍ଯ୍ୟତାର ସହିତ ବ୍ୟାଟିଂ କରିଥିଲେ। ସେ ୬୯ଟି ବଲ ଖେଳି ୪୧ ରନ୍‌ କରିଥିଲେ। ଏଥିରେ ମାତ୍ର ୪ଟି ଚୌକା ସାମିଲ ଥିଲା। ନ୍ୟୁଜିଲାଣ୍ଡର ଇନିଂସରେ ଛକା ବିରଳ ଥିଲା। ୩୨.୩ ଓଭରରେ ଜେମସ୍‌ ନୀଶମ ପ୍ରଥମ ଛକା ମାରିଥିଲେ।

ନ୍ୟୁଜିଲାଣ୍ଡ ସ୍କୋର ୫ ରନରେ ଗୁପଟିଲଙ୍କୁ ହରାଇଥିଲା। ସ୍କୋର ୨୪ ରନ୍‌ରେ କୋଲିନ୍‌ ମୁନରୋ, ୩୮ ରନ୍‌ରେ ରସ ଟେଲର, ୪୬ ରନ୍‌ରେ ଟମ୍‌ ଲାଥମ, ୮୩ ରନ୍‌ରେ ଅଧିନାୟକ ଓ୍ଵିଲିୟମସନ୍‌ ଆଉଟ୍‌ ହୋଇଥିଲେ। ନ୍ୟୁଜିଲାଣ୍ଡ ୬ଷ୍ଠ ଓ୍ଵିକେଟ ଭାବେ ଗ୍ରାଣ୍ଡହୋମ୍‌ (୬୪ ରନ, ୭୧ ବଲ, ୬ ଚୌକା, ୧ ଛକା)ଙ୍କୁ ହରାଇଥିଲା। ମିଚେଲ ସଣ୍ଟନର ୫ଟି ବଲ ଖେଳି ଅପରାଜିତ ୫ ରନ୍‌ କରିଥିଲେ। ସାହିନ ଆଫ୍ରିଦୀ ୧୦ ଓଭର ବୋଲିଂ କରି ୨୮ ରନ୍‌ ଦେଇଥିଲେ ଓ ୩ ଜଣଙ୍କୁ ଆଉଟ୍‌ କରିଥିଲେ। ମହମ୍ମଦ ଅମୀର ଓ ସାଦବ ଖାନଙ୍କୁ ୧-୧ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧିତ ଖବର

Comments are closed.