ବିଶ୍ୱକପ୍‌: ରୋମାଂଚକ ମୁକାବିଲାରେ ଇଂଲଣ୍ଡକୁ ୨୦ ରନ୍‌ରେ ହରାଇଲା ଶ୍ରୀଲଙ୍କା, ମାଲିଙ୍ଗାଙ୍କୁ ୪ ଓ୍ଵିକେଟ୍‌

ଲିଡସ୍‌: ଆଇସିସି ବିଶ୍ୱକପ୍‌ର ୨୭ତମ ମ୍ୟାଚ୍‌ରେ ଶୁକ୍ରବାର ଶ୍ରୀଲଙ୍କା ରୋମାଂଚକ ସ୍ଥିତିରେ ଇଂଲଣ୍ଡ ବିପକ୍ଷରେ ୨୦ ରନ୍‌ରେ ବିଜୟୀ ହୋଇଛି। ଚଳିତ ବିଶ୍ୱକପ୍‌ର ସବୁଠାର ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଶ୍ରୀଲଙ୍କା ଜିତିବ ବୋଲି ଅନୁମାନ କରାଯାଉଥିବା ବେଳେ ଇଂଲଣ୍ଡର ବେନ୍‌ ଷ୍ଟୋକସ୍‌  ବୋଲରଙ୍କ ଉଦ୍ୟମକୁ ବିଫଳ କରିଦେଇଥିଲେ। ମାତ୍ର ଶେଷ ଓ୍ଵିକେଟରେ ଇଂଲଣ୍ଡ ଖେଳୁଥିବାରୁ ମାର୍କ ଉଡ ନିଜକୁ ବଂଚାଇ ପାରିନଥିଲେ। ଶ୍ରୀଲଙ୍କା ଶେଷ ଓ୍ଵିକେଟ୍‌ରେ ମାର୍କଉଡକୁ ଆଉଟ୍‌ କରି ଏହି ମ୍ୟାଚ୍‌ ଜିତିଛି। ଇଂଲଣ୍ଡ ୪୭ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୧୨ ରନ୍‌ କରିଛି।

ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୨୩୨ ରନ୍‌ର ସହଜ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ମାତ୍ର ଆରମ୍ଭରୁ ଟିମ୍‌କୁ ଝଟକା ଲାଗିଥିଲା। ସ୍କୋର ୧ ରନ୍‌ରେ ଓପନ୍‌ର ଜନି ବେୟାରଷ୍ଟୋ ଆଉଟ୍‌ ହୋଇଥିଲେ। ଜେମସ୍‌ ଭିନ୍ସ ମଧ୍ୟ ଅଧିକ ସମୟ ପଡ଼ିଆରେ ରହିପାରି ନଥିଲେ। ସ୍କୋର ୨୬ ରନ୍‌ ବେଳକୁ ସେ ଆଉଟ୍‌ ହୋଇଥିଲେ। ସେହିପରି ସ୍କୋର ୭୩ ରନ୍‌ରେ ଅଧିନାୟକ ଇଅନ ମୋର୍ଗାନ, ୧୨୭ ରନ୍‌ରେ ଜୋଏ ରୁଟ, ୧୪୪ ରନ୍‌ରେ ଜୋସ୍‌ ବଟଲର ଓ ୧୭୦ ରନ୍‌ରେ ମୋଇନ୍‌ ଅଲି ଆଉଟ୍‌ ହୋଇଥିଲେ। ସେହିପରି ଶ୍ରୀଲଙ୍କାର ସପ୍ତମ ଶିକାର ହୋଇଥିଲେ କ୍ରିସ ଓ୍ଵକସ, ୧୭୮ ରନ୍‌ରେ ଆଦିଲ ରସିଦ ଓ ୧୮୬ ରନ୍‌ରେ ଜୋଫ୍ରା ଆର୍ଚ୍ଚର ପାଭଲିଅନ ଫେରିଥିଲେ।

ଇଂଲଣ୍ଡ ସ୍କୋରବୋର୍ଡ

ଜେମସ୍‌ ଭିନସ୍‌: କ-କୁଶାଲ-ବୋ-ମାଲିଙ୍ଗା, ୧୪ ରନ୍‌, ୧୮ ବଲ, ୨ ଚୌକା
ଜନି ବେୟାରଷ୍ଟୋ: ଏଲବିଡବ୍ଲୁ-ମାଲିଙ୍ଗା, ୦ ରନ୍‌, ୧ ବଲ
ଜୋଏ ରୁଟ: କ-କୁଶାଲ-ବୋ-ମାଲିଙ୍ଗା, ୫୭ ରନ୍‌, ୮୯ ବଲ, ୩ ଚୌକା
ଇଅନ ମୋର୍ଗାନ: କ-ବୋ- ଉଦାନା, ୨୧ ରନ୍‌, ୩୫ ବଲ, ୨ ଚୌକା
ବେନ୍‌ ଷ୍ଟୋକସ୍‌: ଅପରାଜିତ ୮୨ ରନ୍‌, ୮୯ ବଲ, ୭ ଚୌକା, ୪ ଛକା
ଜୋସ୍‌ ବଟଲର: ଏଲ୍‌ବିଡବ୍ଲୁ-ବୋ-ମାଲିଙ୍ଗା, ୧୦ ରନ୍‌, ୯ ବଲ୍‌, ୧ ଚୌକା
ମୋଇନ୍‌ ଅଲି: କ-ଉଦାନା-ବୋ-ଧନଂଜୟ, ୧୬ ରନ୍‌, ୨୦ ବଲ, ୧ ଛକା
କ୍ରିସ୍‌ ଓ୍ଵକସ୍‌: କ-କୁଶାଲ-ବୋ-ଧନଂଜୟ, ୨ ରନ, ୪ ବଲ
ଆଦିଲ ରସିଦ୍‌: କ-କୁଶାଲ-ବୋ-ଧନଂଜୟ, ୧ ରନ୍‌, ୨ ବଲ
ଜୋଫ୍ରା ଆର୍ଚ୍ଚର: କ-ଥିରସା-ବୋ-ଉଦାନା, ୩ ରନ୍‌, ୧୧ ବଲ
ମାର୍କ ଉଡ୍‌: କୁଶାଲ-ବୋ-ପ୍ରଦୀପ, ୦ ରନ୍‌, ୪ ବଲ
ଅତିରିକ୍ତ: ୬ ରନ୍‌ (ଲେଗବାଏ ୧, ଓ୍ଵାଇଡ ୫)
ମୋଟ: ୨୧୨ ରନ୍‌ (୧୦ ଓ୍ଵିକେଟ, ୪୭ଓଭର)

ପ୍ରଥମ ଇନିଂସରେ ଶ୍ରୀଲଙ୍କାକୁ ଇଂଲଣ୍ଡ ୨୩୨ ରନ୍‌ରେ ଅଟକାଇ ଦେଇଥିଲା। ଶ୍ରୀଲଙ୍କା ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଲିଡସ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ୫୦ ଓଭରରେ ୯ଟି ଓ୍ଵିକେଟ ହରାଇ ୨୩୨ ରନ୍‌ କରିଛି। ଫଳରେ ମ୍ୟାଚ୍‌ ବିଜୟ ପାଇଁ ଇଂଲଣ୍ଡକୁ ୨୩୩ ରନ୍‌ ଟାର୍ଗେଟ ମିଳିଥିଲା।

ଇଂଲଣ୍ଡର ଦମଦାର ପ୍ରଦର୍ଶନରେ ବୋଲର ଜୋଫ୍ରା ଆର୍ଚ୍ଚର ଓ ମାର୍କ ଉଡ଼ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଜୋଫ୍ରା ଆର୍ଚ୍ଚର ୧୦ ଓଭର ବୋଲିଂ କରି ୩ ଓ୍ଵିକେଟ ନେଇଥିଲେ। ଜୋଫ୍ରାଙ୍କ ବଲରୁ ଶ୍ରୀଲଙ୍କା ଟିମ୍‌ ୫୨ ରନ୍‌ ସଂଗ୍ରହ କରିଥିଲେ। ସେହିପରି ମାର୍କ ଉଡ ୮ ଓଭର ବୋଲିଂ କରି ୪୦ ରନ୍‌ ଦେଇଥିଲେ। ଜବାବରେ ସେ ୩ଟି ଓ୍ଵିକେଟ୍‌ ନେଇଥିଲେ।

Zee News

ଇଂଲଣ୍ଡର ଅନ୍ୟ ବୋଲର ଆଦିଲ ରସିଦଙ୍କୁ ୨ ଓ କ୍ରିସ୍‌ ଓ୍ଵକସ୍‌ଙ୍କୁ ଗୋଟିଏ ଓ୍‌ିକେଟ ମଳିଥିଲା। ମ୍ୟାଚ୍‌ ଆରମ୍ଭରୁ ଶ୍ରୀଲଙ୍କା ଚାପରେ ରହିଥିଲା। ସ୍କୋର ୩ ରନ୍‌ରେ ଓପନର ଦିମୁଠ କରୁଣାରତ୍ନେ ଓ କୁଶାଳ ପେରେରା ଆଉଟ୍‌ ହୋଇଥିଲେ। ସ୍କୋର ୬୨ ରନ୍‌ରେ ଅଭୀଶକା ଫର୍ଣ୍ଣାଡୋ ଆଉଟ୍‌ ହୋଇଥିଲେ। ଇଂଲଣ୍ଡ ୧୩୩ ରନ୍‌ରେ କୁଶାଲ ମେଣ୍ଡିସ ଓ ଜୀବନ ମେଣ୍ଡିସଙ୍କୁ ଆଉଟ୍‌ କରିଥିଲା। ୬ଷ୍ଠ ଓ୍ଵିକେଟରେ ଶ୍ରୀଲଙ୍କା ୫୭ ରନ୍‌ ସଂଗ୍ରହ କରିଥିଲା। ସ୍କୋର ୨୦୦ ରନ୍‌ରେ ଥିରସା ପେରେରା ଓ ୨୦୯ ରନ୍‌ଷର ଇସୁରୁ ଉଡାନ ଆଉଟ୍‌ ହୋଇଥିବା ବେଳେ ୨୨୦ ରନ୍‌ରେ ଲାସିଥ ମାଲିଙ୍ଗା ଆଉଟ୍‌ ହୋଇଥିଲେ।

ଶ୍ରୀଲଙ୍କା ସ୍କୋରବୋର୍ଡ

ଦିମୁଥ କରୁଣାରତ୍ନେ: କ-ବଟ୍‌ଲର୍‌-ବୋ-ଆର୍ଚ୍ଚର, ୧ ରନ୍‌, ୮ ବଲ
କୁଶାଲ ପେରେରା: କ-ମୋଇନ୍‌-ବୋ-କ୍ରିସ୍‌, ୨ ରନ୍‌, ୬ ବଲ
ଅଭୀଶକା ଫର୍ଣ୍ଣାଡୋ: କ-ରସିଦ୍‌-ବୋ-ଉଡ଼, ୪୯ ରନ୍‌, ୩୯ ବଲ, ୬ ଚୌକା, ୨ ଛକା
କୁଶାଲ ମେଣ୍ଡିସ: କ-ମୋର୍ଗାନ-ବୋ-ରସିଦ୍‌, ୪୬ ରନ୍‌, ୬୮ ବଲ, ୨ ଚୌକା
ଆଂଜେଲୋ ମ୍ୟାଥୁସ୍‌: ଅପରାଜିତ ୮୫ ରନ୍‌, ୧୧୫ ବଲ, ୫ ଚୌକା, ୧ ଛକା
ଜୀବନ ମେଣ୍ଡିସ: କ-ବୋ-ରସିଦ୍‌, ୦ ରନ୍‌, ୧ ବଲ
ଧନଂଜୟ ଡିସଲଭା: କ-ରୁଟ-ବୋ-ଜୋଫ୍ରା, ୨୯ ରନ୍‌, ୪୭ ବଲ, ୧ ଚୌକା
ଥିରସା ପେରେରା: କ-ରସିଦ-ବୋ-ଜୋଫ୍ରା, ୨ ରନ, ୪ ବଲ୍‌
ଇସୁରୁ ଉଡାନ: କ-ରୁଟ-ବୋ-ଉଡ, ୬ ରନ୍‌, ୪ ବଲ, ୧ ଚୌକା
ଲାସିଥ ମାଲିଂଗା: ବୋ-ମାର୍କ ଉଡ, ୧ ରନ୍‌, ୫ ବଲ
ନୁଆନ ପ୍ରଦୀପ: ଅପରାଜିତ ୧ ରନ୍‌, ୧ ବଲ
ଅତିରିକ୍ତ: ୧୦ ରନ୍‌ (ଲେଗବାଏ ୪, ଓ୍ଵାଇଡ ୬)
ମୋଟ୍‌: ୨୩୨ ରନ୍‌ (୯ ଓ୍ଵିକେଟ୍‌, ୫୦ଓଭର)

ସମ୍ବନ୍ଧିତ ଖବର