ୱେଲିଂଟନ୍‌ ଟେଷ୍ଟ୍‌: ମେଣ୍ଡିସ୍‌ ଓ ମାଥ୍ୟୁସ୍‌ ଲଢ଼ିଲେ

ୱେଲିଂଟନ୍‌: ପ୍ରଥମ ପାଳିରେ ୨୮୨ ରନ୍‌ କରି ଘରୋଇ ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି (୫୭୮) ସ୍କୋର୍‌ଠାରୁ ୨୯୬ ରନ୍‌ ପଛୁଆ ରହିଥିବା ଶ୍ରୀଲଙ୍କା ଦ୍ବିତୀୟ ପାଳିରେ କୁସାଲ ପେରେରା ଓ ଆଞ୍ଜେଲୋ ମାଥ୍ୟୁସ୍‌ ଖୁବ୍‌ ଲଢ଼ିଛନ୍ତି। ତୃତୀୟ ଦିବସ ଶେଷରେ ୩ ୱିକେଟ୍‌ ହରାଇ ୨୦ ରନ୍‌ କରିଥିବା ସିଂହଳୀ ଦଳ ପାଳି ପରାଜୟ ଆଶଙ୍କାରେ ରହିଥିଲା। ହେଲେ ଚତୁର୍ଥ ଦିବସରେ ଘରୋଇ ଦଳ ବୋଲରଙ୍କୁ ୱିକେଟ୍‌ଶୂନ୍ୟ ରଖି ଉଭୟ ପେରେରା ଓ ମାଥ୍ୟୁସ୍‌ ନିଜ ନିଜର ଶତକ ଜମାଇ ଅପରାଜିତ ରହିଛନ୍ତି। ପେରେରା ୧୧୬ ଓ ମାଥ୍ୟୁସ୍‌ ୧୧୭ ରନ୍‌ କରି କ୍ରିଜ୍‌ରେ ରହିବା ସାଙ୍ଗକୁ ପୂରା ଦିନ ବ୍ୟାଟିଂ କରି ଅସମାପ୍ତ ଚତୁର୍ଥ ୱିକେଟ୍‌ରେ ୨୩୯ ରନ୍‌ ଯୋଡ଼ି ସାରିଛନ୍ତି। ତଥାପି ଶ୍ରୀଲଙ୍କା ପାଳି ପରାଜୟ ଏଡାଇବାଠୁ ୩୭ ରନ୍‌ ପଛରେ ରହିଛି। ୫ ୱିକେଟ୍‌ ହାତରେ ଥିବାରୁ ଏବଂ ପେରେରା-ମାଥ୍ୟୁସ୍‌ ଯୋଡ଼ି କ୍ରିଜ୍‌ରେ ରହିଥିବାରୁ ପାଳି ପରାଜୟ ଏଡାଇବା ସହଜ ମନେ ହେଉଥିଲେ ମଧ୍ୟ ମ୍ୟାଚ୍‌ ବଞ୍ଚାଇବା କଷ୍ଟକର ହୋଇପାରେ।
ସଂକ୍ଷିପ୍ତ ସ୍କୋର୍‌: ଶ୍ରୀଲଙ୍କା ପ୍ରଥମ ପାଳି: ୯୦ ଭରରେ ୨୮୨ (ମାଥ୍ୟୁସ୍‌-୮୩, ଡିକ୍‌ୱେଲା-୮୦*, କରୁଣାରତ୍ନେ-୭୯, ସାଉଦି-୬/୬୮, ୱାଗ୍‌ନର-୨/୭୫)। ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି:୧୫୭.୩ ଓଭରରେ ୫୭୮ (ଲାଥାମ୍‌-୨୬୪*, ୱିଲିୟମ୍‌ସନ୍‌-୯୧, ଟେଲର-୫୦, ନିକୋଲ୍‌ସ-୫୦, ଲାହିରୁ କୁମାରା-୪/୧୨୭, ଡି ସିଲ୍‌ଭା-୨/୫୪, ପେରେରା-୨/୧୫୬)। ଶ୍ରୀଲଙ୍କା ଦ୍ବିତୀୟ ପାଳି: ୧୦୨ ଓଭରରେ ୧୫୯/୩ (କୁସାଲ ମେଣ୍ଡିସ୍‌-୧୧୬*, ଆଞ୍ଜେଲୋ ମାଥ୍ୟୁସ୍‌-୧୧୭*)।

ସମ୍ବନ୍ଧିତ ଖବର