ୱେଲିଙ୍ଗଟନ ଟେଷ୍ଟ : ଭାରତର ବ୍ୟାଟିଂ ବିପର୍ଯ୍ୟୟ, ପ୍ରଥମ ଦିନରେ ଭାରତ ୧୨୨/୫

େଓ୍ଵଲିଙ୍ଗଟନ : ନ୍ୟୁଜିଲାଣ୍ଡର ୱେଲିଙ୍ଗଟନ ଠାରେ ଶୁକ୍ରବାରଦିନ ଆରମ୍ଭ ହୋଇଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଏକଦିବସୀୟ ମ୍ୟାଚରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଛି । ପ୍ରଥମ ଦିନ ଷ୍ଟମ୍ସ ଅପସାରଣ ବେଳକୁ ଭାରତ ୫ ଓ୍ଵିକେଟ ହରାଇ ୧୨୨ ରନ ସଂଗ୍ରହ କରିଛି ।
ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ଵିଲିୟମସନ ଟସ ଜିଣି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ପ୍ରଥମ ଇନିଂସରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳୀୟ ସ୍କୋର ମାତ୍ର ୧୬ ରନ ଥିବାବେଳେ ଭାରତ ପୃଥ୍ଵୀ ଶାହାଙ୍କ ଓ୍ଵିକେଟ ହରାଇଥିଲା । ଏହା ପରେ ନିୟମିତ ବ୍ୟବଧାନରେ ଦଳର ଓ୍ଵିକେଟ ପତନ ହୋଇଚାଲିଥିଲା । ମୟଙ୍କ ଅଗ୍ରଓ୍ଵାଲ ୩୪ ରନ, ଅଧିନାୟକ ବିରାଟ କୋହଲି ମାତ୍ର ୨ ରନ,ଚେତେଶ୍ୱର ପୁଜାରା ୧୧ ରନ, ହନୁମା ବିହାରି ମାତ୍ର ୭ ରନ କରି ଆଉଟ ହୋଇଥିଲେ । ଷ୍ଟମ୍ସ ଅପସାରଣ ବେଳକୁ ଆଜିଙ୍କ୍ୟ ରାହାଣେ ୩୮ ରନ ଓ ରିଷଭ ପନ୍ଥ ୧୦ ରନ କରି ଅପରାଜିତ ଅଛନ୍ତି ।

ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜେମିସନ ୩୮ ରନ ଦେଇ ୩ଟି ଓ୍ଵିକେଟ ନେଇଥିବାବେଳେ ଟିମ ସାଉଦି ଓ ଟ୍ରେଣ୍ଟ ବୋଲଟ ଗୋଟିଏ ଲେଖାଏଁ ଓ୍ଵିକେଟ ଅକ୍ତିଆର କରିଥିଲେ ।

ସମ୍ବନ୍ଧିତ ଖବର