ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ ଚେସ୍‌: କିଟ୍‌ ବିଜେତା; ଉତ୍କଳ ତୃତୀୟ

ଭୁବନେଶ୍ୱର: କିଟ୍‌ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଚାଲିଥିବା ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ ଚେସ୍‌ ପ୍ରତିଯୋଗିତା ଶନିବାର ସଫଳତାର ସହ ଶେଷ ହୋଇଛି। ଏଥିରେ କିଟ୍‌ ମହିଳା ବର୍ଗରେ ବିଜେତା ହୋଇଥିଲା ବେଳେ ପୁରୁଷ ବର୍ଗରେ ଉତ୍କଳ ତୃତୀୟ ସ୍ଥାନ ପାିଛି। ତେବେ ଉଭୟ ମହିଳା ଓ ପୁରୁଷ ବର୍ଗରେ କିଟ୍‌ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ୪ ମଧ୍ୟରେ ରହି ସର୍ବଭାରତୀୟ ଅନ୍ତଃଜୋନ୍‌ ଚେସ୍‌ ପ୍ରତିଯୋଗିତା ଖେଳିବା ପାଇଁ ଯୋଗ୍ୟତା ହାସଲ କରିନେଇଛନ୍ତି। ସର୍ବଭାରତୀୟ ପ୍ରତିଯୋଗିତା ଆସନ୍ତା ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଭୋପାଳର ଜାଗରଣ ଲେକ୍‌ ସିଟି ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବ। ମହିଳା ବର୍ଗରେ କିଟ୍‌ ଶୀର୍ଷ ସ୍ଥାନ ସହ ଅଭିଯାନ ଶେଷ କରିଥିଲା ବେଳେ କୋଲ୍‌କାତା, ପାଟନା ଓ ସୁର୍ଗୁଜା ବିଶ୍ୱବିଦ୍ୟାଳୟ ଯଥାକ୍ରମେ ଦ୍ୱିତୀୟରୁ ଚତୁର୍ଥ ସ୍ଥାନ ପାଇ ଏହି ଯୋଗ୍ୟତା ହାତେଇ ନେଇଥିଲା ବେଳେ ପୁରୁଷ ବର୍ଗରେ କୋଲ୍‌କାତା, ଯାଦବପୁର, ଉତ୍କଳ ଓ ମଣିପୁର ବିଶ୍ୱବିଦ୍ୟାଳୟ ଯଥାକ୍ରମେ ପ୍ରଥମ ୪ ସ୍ଥାନ ଅକ୍ତିଆର କରି ସର୍ବଭାରତୀୟ ଯୋଗ୍ୟତା ହାସଲ କରିଛନ୍ତି।

ଶନିବାର ଉଦ୍‌ଯାପନୀ ଉତ୍ସବରେ କିଟ୍‌ ଓ କିସ୍‌ର ସଚିବ ଆର୍‌ଏନ୍‌ ଦାଶ, କିମ୍‌ସର ଉପଦେଷ୍ଠା ଆର୍‌ଏନ୍‌ ସାମନ୍ତ, କିଟ୍‌ର କ୍ରୀଡ଼ା ନିର୍ଦେଶକ ତଥା ସାଂଗଠନିକ ସଂପାଦକ ଡ. ଗଗନେନ୍ଦୁ ଦାଶ ଅତିଥି ଭାବେ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ।

ସମ୍ବନ୍ଧିତ ଖବର