ପିସିବିର ପ୍ରଲୋଭନ ସତ୍ତ୍ୱେ ପାକିସ୍ତାନ ଯିବାକୁ ପ୍ରସ୍ତୁତ ନୁହଁନ୍ତି କୌଣସି ଟିମ୍‌

ଅନିଶ୍ଚିତତାରେ ୱେଷ୍ଟଇଣ୍ଡିଜର ପାକିସ୍ତାନ ଗସ୍ତ, କରାଚୀ ଯିବାକୁ ଚାହୁଁ ନାହାନ୍ତି ଖେଳାଳି

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍‌ ଜିମ୍ବାେଓ୍ଵରେ ବିଶ୍ୱକପ୍‌ କ୍ୱାଲିଫାୟର ମୁକାବିଲା ଖେଳୁଛି। ଏହି ଟୁର୍ଣ୍ଣାମେଣ୍ଟ ଆଗାମୀ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଚାଲିବ। ଏହା ପରେ କାରିବିଏନ୍ ଟିମ୍‌ ପାକିସ୍ତାନ ଗସ୍ତ ପାଇଁ ପ୍ରସ୍ତାବ ରହିଛି। ଅନ୍ୟପକ୍ଷରେ ଏହି ଟିମ୍‌ର ଅନେକ ଖେଳାଳି ପାକିସ୍ତାନ ଯିବାକୁ ରାଜି ହେଉ ନାହାନ୍ତି। ସେଥିପାଇଁ କ୍ରିକେଟ ୱେଷ୍ଟଇଣ୍ଡିଜ ନିଜର ଖେଳାଳିଙ୍କୁ ପାକିସ୍ତାନ ଗସ୍ତରେ ଯିବା ପାଇଁ ଲୋଭ ଦେଖାଉଛି।

ରିପୋର୍ଟ ଅନୁସାରେ ବୋର୍ଡ ଖେଳାଳିଙ୍କୁ ମ୍ୟାଚ୍‌ ପ୍ରତି ୨୫,୦୦୦ ଆମେରିକୀୟ ଡଲାର(ଭାରତୀୟ ମୁଦ୍ରାରେ ପ୍ରାୟ ୧୬ ଲକ୍ଷ ୫ ହଜାର ଟଙ୍କା) ଦେବାକୁ ଯୋଜନା କରୁଛି। ଏହି ଗସ୍ତରେ ୩ଟି ଟି-୨୦ ମ୍ୟାଚ୍‌ ଖେଳାଯିବ। କରାଚିରେ ୩ଟି ଯାକ ମୁକାବିଲା ଏପ୍ରିଲ ୧,୨ ଓ ୩ରେ ହେବ। କ୍ରିକେଟ ୱେଷ୍ଟଇଣ୍ଡିଜ କେନ୍ଦ୍ରୀୟ ଅନୁବନ୍ଧରେ ଥିବା ଖେଳାଳିଙ୍କ ବ୍ୟତୀତ ସମସ୍ତ କ୍ରିକେଟରଙ୍କ ସହିତ ସମ୍ପର୍କ କରିଛି।

ପାକିସ୍ତାନ ଗସ୍ତରେ ୱେଷ୍ଟଇଣ୍ଡିଜ ଟିମ୍‌ରେ ଡେରେନ ସାମି ସାମିଲ ହେବେ ନାହିଁ। ଆନ୍ଦ୍ରେ ରସେଲ ଓ ଡେ୍ଵନ ବ୍ରାଭୋ ଆଘାତ ଯୋଗୁଁ ବିଶ୍ରାମ ନେଇଛନ୍ତି। ପାକିସ୍ତାନ ଲିଗ ଖେଳୁଥିବା ସୁନିଲ ନାରାୟଣ ମଧ୍ୟ ପାକିସ୍ତାନ ଯିବାକୁ ଚାହୁଁ ନଥିବା ବେଳେ  କିରଣ ପୋଲାର୍ଡ ମଧ୍ୟ ଗସ୍ତକୁ ସମର୍ଥନ କରୁ ନାହାନ୍ତି। 

ଗସ୍ତରେ ଅତିରିକ୍ତ ରାଶି ପାକିସ୍ତାନ ବୋର୍ଡ(ପିସିବି) ଉପଲବ୍ଧ କରାଇବ। ପିସିବି ପ୍ରତ୍ୟେକ ବର୍ଷ ମ୍ୟାଚ୍‌ ଆୟୋଜନ କରିବାକୁ ଚାହୁଁଛି। ଯଦି ପାକିସ୍ତାନ ବୋର୍ଡ ୱେଷ୍ଟଇଣ୍ଡିଜ ଖେଳାଳିଙ୍କୁ ଅତିରିକ୍ତ ରାଶି ଦିଏ, ତା’ହେଲେ ନିୟମିତ ଦରମା ୭୦ ପ୍ରତିଶତ ଅଧିକ ହୋଇଯିବ। କ୍ରିକେଟ୍‌ ୱେଷ୍ଟଇଣ୍ଡିଜର ମୁଖ୍ୟ ନିର୍ବାହୀ ଅଧିକାରୀ ଜନି ଗ୍ରେଭଙ୍କ ଅନୁଯାୟୀ, ୱେଷ୍ଟଇଣ୍ଡିଜ ଜରିଆରେ ପାକିସ୍ତାନରେ କ୍ରିକେଟକୁ ପୁଣି ଥରେ ଉଦ୍‌ଜୀବିତ କରାଯିବ। ଏଥି ପାଇଁ ୱେଷ୍ଟଇଣ୍ଡିଜ ପିସିବିର ରାଶିରେ ସେଠାରେ ମ୍ୟାଚ ଖେଳିବ।

ସୂଚନାଯୋଗ୍ୟ ୨୦୦୯ରେ ଶ୍ରୀଲଙ୍କା ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଜିମ୍ବାେଓ୍ଵ ଖେଳିଥିଲା। ଏହି ଗସ୍ତ ପାଇଁ ଜିମ୍ବାେଓ୍ଵକୁ ପାକିସ୍ତାନ ୧୨,୫୦୦ ଆମେରିକୀୟ ଡଲାର ଦେଇଥିଲା। ଏହା ବ୍ୟତୀତ ଯେଉଁ ଖେଳାଳିମାନେ ବିଶ୍ୱ ଏକାଦଶ ସହିତ ଗତ ବର୍ଷ ପାକିସ୍ତାନ ଗସ୍ତ କରିଥିଲେ, ସେମାନଙ୍କୁ ମଧ୍ୟ ପିସିବି ରାଶି ଦେଇଥିଲା।

କୁହାଯାଉଛି ଯେ, ଡେରେନ ସାମି ପାକିସ୍ତାନ ଗସ୍ତରେ ଯିବାକୁ ଥିବା ଟିମ୍‌ରେ ସାମିଲ ହେବେ ନାହିଁ। ଆନ୍ଦ୍ରେ ରସେଲ ଓ ଡେ୍ଵନ ବ୍ରାଭୋ ଆଘାତ ଯୋଗୁଁ ବିଶ୍ରାମ ନେଇଛନ୍ତି। ପାକିସ୍ତାନ ଲିଗ ଖେଳୁଥିବା ସୁନିଲ ନାରାୟଣ ମଧ୍ୟ ପାକିସ୍ତାନ ଯିବାକୁ ଚାହୁଁ ନାହାନ୍ତି। ସେହିଭଳି କିରଣ ପୋଲାର୍ଡ ମଧ୍ୟ ଯିବାକୁ ଚାହୁଁ ନାହାନ୍ତି।

 

ସମ୍ବନ୍ଧିତ ଖବର