ବିଶ୍ୱକପ କ୍ରିକେଟ୍‌ : ୱେଷ୍ଟଇଣ୍ଡିଜ-ବାଂଲାଦେଶ ମୁକାବିଲା ଆରମ୍ଭ, ଟସ୍‌ ଜିତି ବୋଲିଂ କରୁଛି ବାଂଲା ଦଳ

0

ଲଣ୍ଡନ  : ଆଇସିସି ବିଶ୍ୱକପର ୨୩ ତମ ମ୍ୟାଚରେ ଆଜି ୱେଷ୍ଟଇଣ୍ଡିଜ୍‌ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି । ଟାଉଣ୍ଟନ୍‌ କାଉଣ୍ଟି ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚରେ ବାଂଲାଦେଶ ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେଇ ଖେଳ ଆରମ୍ଭ କରିଛି।

ଏହି ଦୁଇଟି ଟିମ୍‌ ଟୁର୍ଣ୍ଣାମେଣ୍ଟରେ ନିଜ ନିଜର ପ୍ରଥମ ମ୍ୟାଚ ଜିତିଛନ୍ତି କିନ୍ତୁ ଏହାପରର କୌଣସି ମ୍ୟାଚରେ ବିଜୟ ହାସଲ କରି ନାହାନ୍ତି। ଏଣୁ ଉଭୟ ୱେଷ୍ଟଇଣ୍ଡିଜ୍‌ ଓ ବାଂଲାଦେଶ ଲାଗି ଏହି ମ୍ୟାଚ ବିଶେଷ ଗୁରୁତ୍ୱ ରଖୁଛି।

ବାଂଲାଦେଶ କ୍ରିକେଟ ଟିମ୍‌ର ଅଧିନାୟକ ମଶାରଫ ମୁର୍ତଜା ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେବା ସହ ନିଜେ ମ୍ୟାଚର ପ୍ରଥମ ଓଭର ବୋଲିଂ କରି ଖେଳ ସୁରୁ କରିଛନ୍ତି। ଏହି ମ୍ୟାଚରେ ଲିଟନ୍‌ ଦାସ୍‌ଙ୍କୁ ମହମ୍ମଦ ମିଥୁନ୍‌ ସ୍ଥାନରେ ଟିମ୍‌ରେ ସ୍ଥାନ ମିଳିଛି। ସେହିପରି ୱେଷ୍ଟଇଣ୍ଡିଜ୍‌ ବି ନିଜ ଟିମ୍‌ରେ ଏକ ପରିବର୍ତ୍ତନ ଆଣିଛି। କାର୍ଲେସ୍‌ ବ୍ରୋଥବେଟ୍‌ଙ୍କ ସ୍ଥାନରେ ଡେରେନ୍‌ ବ୍ରୋେଓ୍ଵ ଖେଳିବେ ବୋଲି ସୂଚନା ମିଳିଛି।

ଅନ୍ୟ ପକ୍ଷରେ ୱେଷ୍ଟଇଣ୍ଡିଜ୍‌ର ଦୁଇ ଓପନର ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌ ଓ ଏଭିନ୍‌ ଲୁଇସ୍‌ ଇନିଂସ ଆରମ୍ଭ କରିଛନ୍ତି। ମୁର୍ତାଜା ଓ ମହମ୍ମଦ ସଇଫୁଦ୍ଦୀନ୍‌ ବୋଲିଂ ଜାରି ରଖିଥିବା ବେଳେ ୱେଷ୍ଟଇଣ୍ଡିଜ୍‌ ୩ ଓଭରରେ ୫ ରନ୍‌ କରିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.