ଭୁବନେଶ୍ବର: ଚଳିତ ମାସ ୪ରୁ ୧୦ ତାରିଖ ପର୍ଯନ୍ତ ନୂଆଦିଲ୍ଲୀରେ ଆୟୋଜିତ ପଶ୍ଚିମ ଏସିଆ ଯୁବ ଓ କନିଷ୍ଠ ଚେସ୍ ପ୍ରତିଯୋଗିତାରେ ଓଡ଼ିଆ ଖେଳାଳିମାନେ ନିଜର ଚମକ ଦେଖାଇଛନ୍ତି। ତିନି ଓଡ଼ିଆ ଝିଅ ସାଇନା ସାଲୋନିକା, ପଲକ ମହାପାତ୍ର ଓ ୟାସିତା ରାଉତ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ୧୬ ବର୍ଷରୁ କମ୍ ବାଳିକା ବର୍ଗ ବ୍ଲିଜ୍ରେ ମହିଳା ଫିଡେ ମାଷ୍ଟର ସାଇନା ସାଲୋନିକା ସ୍ବର୍ଣ୍ଣ ଓ ଷ୍ଟାଣ୍ଡାର୍ଡରେ ରୌପ୍ୟ ଜିତି ଯୁଗଳ ଆନ୍ତର୍ଜାତିକ ପଦକ କରାୟତ କରିଛନ୍ତି। ୯ ରାଉଣ୍ଡ ବିଶିଷ୍ଟ ବ୍ଲିଜ୍ରେ ୯ ପଏଣ୍ଟ ପାଇ ଅପରାଜେୟ ସହ ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ଷ୍ଟାଣ୍ଡାର୍ଡ ଫର୍ମାଟ୍ରେ ୯ରୁ ୬.୫ ପଏଣ୍ଟ ପାଇ ଦ୍ବିତୀୟରେ ରହିଥିଲେ। ଯେଉଁ ଗ୍ରେସ୍ମା ଧୂମାଲଙ୍କୁ ପଛରେ ପକାଇ ବ୍ଲିଜ୍ ସ୍ବର୍ଣ୍ଣ ଜିତିଥିଲେ ସେହି ଧୂମାଲଙ୍କଠୁ ପଛରେ ରହି ଷ୍ଟାଣ୍ଡାର୍ଡରେ ସ୍ବର୍ଣ୍ଣ ହାତଛଡ଼ା କରିଥିଲେ ସାଇନା। ତେବେ ଏହି ୨ ପଦକ ସହିତ ସାଇନା ନିଜ ଅନ୍ତର୍ଜାତୀୟ ପଦକ ସଂଖ୍ୟା ୧୭ରେ ପହଞ୍ଚାଇ ଦେଇଛନ୍ତି। ସେହିପରି ଷ୍ଟାଣ୍ଡାର୍ଡର ୧୦ ବର୍ଷରୁ କମ୍ ବାଳିକା ବର୍ଗରେ ଅନ୍ୟତମ ଓଡ଼ିଆ ଝିଅ ପଲକ ମହାପାତ୍ର ୯ରୁ ୫.୫ ପଏଣ୍ଟ୍ ପାଇ ସ୍ବର୍ଣ୍ଣ ପଦକ ଜିତିଥିଲେ। ୧୨ ବର୍ଷରୁ କମ୍ ବାଳିକା ବର୍ଗ ବ୍ଲିଜ୍ରେ ଓଡ଼ିଶାର ୟାସିତା ରାଉତ ୯ରୁ ୭ ପଏଣ୍ଟ୍ ପାଇ ଦ୍ବିତୀୟ ସ୍ଥାନରେ ରହିବା ସହ ରୌପ୍ୟ ପଦକ ଜିତିଥିଲେ।
ୱେଷ୍ଟର୍ନ ଏସିଆ ଯୁବ ଓ କନିଷ୍ଠ ଚେସ୍: ପଲକ, ସାଇନାଙ୍କୁ ସ୍ବର୍ଣ୍ଣ
/sambad/media/post_attachments/wp-content/uploads/2019/09/xffhdghjngnfyjkhmjfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)