ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ବିସିସିଆଇ ସଭାପତି ପଦର ଦାୟିତ୍ୱ ଭାର ତୁଲାଇବାକୁ ଯାଉଥିବା ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି ବରିଷ୍ଠ କ୍ରିକେଟ୍ କୋଚ୍ ରବି ଶାସ୍ତ୍ରୀଙ୍କୁ ନେଇ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ରବି ଶାସ୍ତ୍ରୀଙ୍କୁ ନେଇ ଏକ ପ୍ରଶ୍ନ କରାଯିବା ପରେ ଏବେ ସେ ପୁଣି କ’ଣ କଲେ? ବୋଲି ଉତ୍ତର ଦେଇ ଚର୍ଚ୍ଚାରେ ରହିଛନ୍ତି ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି ।
ଅକ୍ଟୋବର ୨୩ରେ ସେ ବିସିସିଆଇର ସଭାପତି ଭାବେ ନିଯୁକ୍ତ ହେବାକୁ ଥିବା ବେଳେ ସାମ୍ବାଦିକ ସମ୍ମିଳନୀରେ, ଆପଣ ରବି ଶାସ୍ତ୍ରୀଙ୍କ ସହ କଥା ହୋଇଛନ୍ତି କି? ବୋଲି ଜଣେ ସାମ୍ବାଦିକ ତାଙ୍କୁ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ, ଏବେ ପୁଣି ସେ କ’ଣ କଲେ? ବୋଲି କହିଥିଲେ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ତାଙ୍କର ଏଭଳି ଉତ୍ତର ସମସ୍ତଙ୍କୁ ହସାଇଥିବା ବେଳେ ତାଙ୍କ ପ୍ରତିକ୍ରିୟାଟି ଚର୍ଚ୍ଚା ବିଷୟ ପାଲଟିଛି ।
/sambad/media/post_attachments/e1ae89c07beedb3968fdb4b6ccf091a24fd0e2536b2d1c03dea946bcccb35f8e.jpg)
ସୂଚନା ମୁତାବକ, କୋଚ୍ ରବି ଶାସ୍ତ୍ରୀ ଓ ସୌରଭ ଗାଙ୍ଗୁଲି ମଧ୍ୟରେ ୨୦୧୬ରୁ ମତଭେଦ ଆରମ୍ଭ ହୋଇଥିଲା । ଭାରତୀୟ କୋଚ୍ ଚୟନକୁ ନେଇ ଦୁହିଁଙ୍କ ମଧ୍ୟରେ ମତଭେଦ ଦେଖା ଯାଇଥିଲା । ୨୦୧୬ରେ ଅନୀଲ କୁମ୍ବଲେଙ୍କୁ କୋଚ୍ ପଦ ମିଳିବା ପରେ ଏହା ପଛରେ ସୌରଭ ଗାଙ୍ଗୁଲିଙ୍କ ହାତ ଥିବା ଭାବି ରବି ଶାସ୍ତ୍ରୀ ସୌରଭ ଗାଙ୍ଗୁଲିଙ୍କଠାରୁ ଦୂରେଇ ଯାଇଥିଲେ । ଏ ନେଇ ଗାଙ୍ଗୁଲିଙ୍କୁ ପ୍ରଶ୍ନ ପଚରାଯାଇଥିବା ବେଳେ ସେ କହିଥିଲେ, ଯଦି ଶାସ୍ତ୍ରୀ ଭାବୁଛନ୍ତି କି ମୁଁ ଅନୀଲ କୁମ୍ବଲେଙ୍କୁ ଭାରତୀୟ କୋଚ୍ ବନିବାରେ ସାହାଯ୍ୟ ବା ସମର୍ଥନ କରୁଛି, ତେବେ ଏହା ତାଙ୍କର ନିର୍ବୋଧତା ।