ଜାତୀୟ ହ୍ଵିଲ୍‌ଚେୟାର ଫେନ୍‌ସିଂ: ଓଡ଼ିଶା ଦଳକୁ ୨ ସ୍ୱର୍ଣ୍ଣ

 

ଭୁବନେଶ୍ୱର: ଗୁରୁବାରଠାରୁ ହରିଆଣାର କର୍ନଲ୍‌ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଉଦ୍‌ଘାଟିତ ଦଶମ ଜାତୀୟ ହ୍ଵିଲ୍‌ଚେୟାର ଫେନସିଂ ପ୍ରତିଯୋଗିତାରେ ଓଡ଼ିଶା ୨ ସ୍ୱର୍ଣ୍ଣ ପଦକରୁ ଅଭିଯାନ ଆରମ୍ଭ କରିଛି। ଅନ୍ତର୍ଜାତୀୟ ଅଭିଜ୍ଞ ଭି ରମେଶ ରାଓ, ରାଖାଲ ସେଠୀଙ୍କ ସହିତ ପ୍ରଭାକର ବେହେରା ଓ ଅକ୍ଷୟ କୁମର ସାହୁୁଙ୍କୁ ନେଇ ଗଠିତ ଓଡ଼ିଶା ଦଳ ଉଭୟ ଫଏଲ୍‌ ଓ ଏପିରେ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ପଦକ ଜିତିଛି। ଫଏଲ୍‌ର ଚୂଡାନ୍ତ ମୁକାବିଲାରେ ହରିଆନାକୁ ୧୫-୩ ପଏଣ୍ଟ୍‌ ବ୍ୟବଧାନରେ ପରାସ୍ତ କରିଥିଲେ। ଗତବର୍ଷ ଓଡ଼ିଶା ନବମ ସଂସ୍କରଣରେ ଉପ ବିଜେତା ହୋଇଥିବାରୁ ଏଥର ଉନ୍ନତ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି। ବିଦେଶୀ ପ୍ରଶିକ୍ଷକ ସୁହାତୋ ବଳଦେବ ସିଂହଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଓଡ଼ିଶା ଦଳ ଏହି ପ୍ରତିିଯୋଗିତାରେ ଭାଗନେଇଛି।

ସମ୍ବନ୍ଧିତ ଖବର