ଭୁବନେଶ୍ୱର: ଗତ କିଛି ବର୍ଷ ହେବ ଚାଲିଛି ବାୟୋପିକ୍ର ଯୁଗ। ରାଜେନତାରୁ ନେଇ ଲୋକପ୍ରିୟ ଖେଳ ବ୍ୟକ୍ତିତ୍ୱ ଓ ସିନେ ତାରକାଙ୍କ ଜୀବନୀକୁ ନେଇ ଗଢ଼ା ହେଉଛି ସିନେମା। ‘ଭାଗ୍ ମିକ୍କା ଭାଗ୍’, ‘ମେରିକମ୍’ ଓ ‘ଦଙ୍ଗଲ୍’ ଆଦି ଚଳଚ୍ଚିତ୍ର ଜଣେ ଜଣେ ବିଶିଷ୍ଟ ଖେଳାଳିଙ୍କ ଜୀବନ କାହାଣୀ ଉପରେ ଆଧାରିତ।
ଓଡ଼ିଶାର ପରିଚିତା ଖେଳ ବ୍ୟକ୍ତିତ୍ୱ ଦୈଡ଼ରାଣୀ ଦୂତୀ ଚାନ୍ଦ ବି ଜାତୀୟ ସ୍ତରରେ ବେଶ୍ ଜଣାଶୁଣା। ଦୂତୀଙ୍କ ଜୀବନ କାହାଣୀଙ୍କୁ ନେଇ ଚଳଚ୍ଚିତ୍ର ବନାଇବା ପାଇଁ ଅନେକ ନିର୍ଦ୍ଦେଶକ ସେମାନଙ୍କ ଆଗ୍ରହ ପ୍ରକାଶ କରି ସାରିଛନ୍ତି।
ତେବେ ଦୂତୀଙ୍କର ଏ ନେଇ କ’ଣ ଇଚ୍ଛା ଆପଣ ଜାଣିବାକୁ ଚାହିଁବେ ନିଶ୍ଚୟ! ଦୌଡ଼ ରାଣୀ ଦୂତୀ ବି ତାଙ୍କ ବାୟୋପିକ୍କୁ ନେଇ ବେଶ୍ ଉତ୍ସାହିତ। ସେ ଚାହାନ୍ତି ତାଙ୍କ ଭୂମିକାରେ ମଡେଲ୍ ତଥା ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ଅବତୀର୍ଣ୍ଣ ହୁଅନ୍ତୁ ବୋଲି।
‘ବମ୍ବେ ଟାଇମ୍ସ’କୁ ଏକ ସାକ୍ଷାତ୍କାର ଦେଇ ଦୂତୀ ତାଙ୍କ ଇଚ୍ଛା ପ୍ରକଟ କରିଛନ୍ତି। ଦୂତୀ ଆହୁରି ବି କହିଛନ୍ତି ଯେ ଯଦିଓ ଅନେକ ଚଳଚ୍ଚିତ୍ର ନିର୍ମାତା ତାଙ୍କୁ ବାୟୋପିକ୍ ସଂପର୍କରେ ଅଫର୍ ଦେଇ ସାରିଛନ୍ତି ତେବେ ସେ ଏ ନେଇ ଏଯାଏ କାହକୁ ସବୁଜ ସଂକେତ ଦେଇନାହାନ୍ତି।