ଇଣ୍ଡିଜର ବ୍ୟାଟିଂ ବିପର୍ଯ୍ୟୟ, ମାତ୍ର ୧୦୪ରନରେ ଅଲଆଉଟ

ତିରୁଅନନ୍ତପୁରମ : ସ୍ଥାନୀୟ ଗ୍ରୀନଫିଲଡ ଇଣ୍ଟରନାସନାଲ ଷ୍ଟାଡିୟମଠାରେ ଚାଲିଥିବା ଭାରତ- େଓ୍ଵଷ୍ଟଇଣ୍ଡିଜ ୫ମ ଦିନିକିଆରେ ଭ୍ରମଣକାରୀ ଦଳର ଶୋଚନୀୟ ବ୍ୟାଟିଂ ବିପର୍ଯ୍ୟୟ ହୋଇଛି । ଦଳ ୩୧.୫ ଓଭରରେ ମାତ୍ର ୧୦୪ ରନ କରି ଅଲଆଉଟ ହୋଇଯାଇଛି । ଏହା ଫଳରେ ଶକ୍ତିଶାଳୀ ଭାରତୀୟ ବ୍ୟାଟିଂ ଲାଇନଅପ ଆଗରେ ୧୦୫ରନର ଏକ ମାମୁଲି ବିଜୟ ଲକ୍ଷ୍ୟ ରହିଛି ।
ଆଜି ଇଣ୍ଡିଜ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦଳର ଏହି ନିଷ୍ପତ୍ତି ଭୁଲ ପ୍ରମାଣିତ ହେବା ଭଳି ଲାଗୁଛି । ଭାରତୀୟ ବୋଲିଂ ଆଗରେ କୌଣସି ଇଣ୍ଡିଜ ବ୍ୟାଟ୍ସମ୍ୟାନ ତିଷ୍ଠି ପାରିନଥିଲେ । ବିଶେଷ କରି ରବିନ୍ଦ୍ର ଜାଦେଜାଙ୍କ ଶାଣିତ ବୋଲିଂ ଆଗରେ ଇଣ୍ଡିଜର ବ୍ୟାଟିଂ ଭୁଷୁଡ଼ି ପଡିଥିଲା । ଜାଦେଜା ୯.୫ ଓଭର ବୋଲିଂ କରି ୧ ମେଡେନ ସହ ୩୪ ରନ ଦେଇ ୪ଟି ଓ୍ଵିକେଟ ନେଇଥିଲେ । ସେହିପରି ଜସପ୍ରିତ ବୁମରା ଓ ଖଲିଲ ଅହମଦ ୨ଟି ଲେଖାଏଁ ଓ୍ଵିକେଟ ନେଇଥିଲେ । ଇଣ୍ଡିଜ ପକ୍ଷରୁ ଜାସନ ହୋଲଡର ସର୍ବାଧିକ ୨୫ ଓ ସାମୁଏଲ୍ସ ୨୪ରନ ସଂଗ୍ରହ କରିଥିଲେ ।

ସମ୍ବନ୍ଧିତ ଖବର