ମନ୍ଥର ବୋଲିଂ ପାଇଁ ଇଣ୍ଡିଜ୍‌ ଦଣ୍ଡିତ

ହାମିଲଟନ ଟେଷ୍ଟରେ ମନ୍ଥର ବୋଲିଂ ପାଇଁ େଓ୍ଵଷ୍ଟଇଣ୍ଡିଜ୍‌ ଦଳ ଦଣ୍ଡିତ ହୋଇଛି। ଖେଳାଳିମାନଙ୍କୁ ସେମାନଙ୍କ ମ୍ୟାଚ୍‌ ପାଉଣାର ୨୦ ପ୍ରତିଶତ ଲେଖାଏଁ ଜରିମାନା ଦଣ୍ଡ ମିଳିଥିଲା ବେଳେ କାମଚଳା ଅଧିନାୟକ କ୍ରେଗ୍‌ ବ୍ରାଥ୍‌େଓ୍ଵଟ୍‌ ନିଜ ମ୍ୟାଚ୍‌ ପାଉଣାର ୪୦ ପ୍ରତିଶତ ଜରିମାନା ଦଣ୍ଡ ପାଇଛନ୍ତି। ଏଠାରେ ସୂଚନାଯୋଗ୍ୟ, ଇଣ୍ଡିଜ୍‌ ଦଳର ନିୟମିତ ଅଧିନାୟକ ଜାସନ୍‌ ହୋଲ୍‌ଡର ସମାନ ଅପରାଧ ପାଇଁ ନିଲମ୍ବିତ ହୋଇଥିବାରୁ ତାଙ୍କ ସ୍ଥାନରେ ବ୍ରାଥ୍‌େଓ୍ଵଟ୍‌ କାମଚଳା ଅଧିନାୟକ ରହିଥିଲେ।

ସମ୍ବନ୍ଧିତ ଖବର