ଆଇପିଏଲ୍‌ ବନାମ ଅସଦାଚରଣ: ମୁମ୍ବାଇରେ ମ୍ୟାଚ୍‌ ସମୟରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୧ତମ ସଂସ୍କରଣର ମ୍ୟାଚ୍‌ ସମୟରେ ଶନିବାର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଜଣେ ମହିଳା ଅସଦାଚରଣର ଶିକାର ହୋଇଛନ୍ତି। ଦିଲ୍ଲୀ ଡେୟାରଡେଭିଲସ୍‌ ଓ ମୁମ୍ବାଇ ଇଣ୍ଡିଆନ୍‌ ମଧ୍ୟରେ ମ୍ୟାଚ୍‌ ଚାଲିଥିବା ବେଳେ ମହିଳା ଜଣକ ଅସଦାଚରଣର ଶିକାର ହୋଇଥିଲେ। ମହିଳାଙ୍କ ଦ୍ୱାରା ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।

ପୁଲିସ ହେପାଜତରେ ୨ ଦିନ ରହିବା ପରେ ରବିବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅଭିଯୁକ୍ତ ଜଣକ ଜଣେ ଠିକାଦାର ଭାବରେ ଓ୍ଵାଙ୍ଖେଡେ ଷ୍ଟାଡିୟମରେ କାମ କରୁଥିଲା। ସଚିନ ତେନ୍ଦୁଲକର ଷ୍ଟାଣ୍ଡରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଏପ୍ରିଲ ୧୪ର ଘଟଣା ୨୦୧୪ ଜୁନର ଘଟଣାକୁ ମନେ ପକାଇ ଦେଇଥିଲା।

ବଲିଉଡ ଅଭିନେତ୍ରୀ ତଥା କିଙ୍ଗସ୍‌ ଏକସ୍‌ଆଇ ପଞ୍ଜାବର ମାଲିକାଣୀ ପ୍ରୀତି ଜିଣ୍ଟା ଅସଦାଚରଣ ନେଇ ୨୦୧୪ ଜୁନରେ ଶିଳ୍ପପତି ନେସ ଓ୍ଵାଡିଆଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏହି ଘଟଣା ୨୦୧୪ ମେ’ ମାସ ୩୦ରେ ମଧ୍ୟ ଦେଖାଯାଇଥିଲା। ସେହିଭଳି ଆଇପିଏଲ୍‌ର ୫ମ ସଂସ୍କରଣ ୨୦୧୨ରେ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ବ୍ୟାଟସ୍‌ମ୍ୟାନ୍‌ ଲୁକ୍‌ ପୋମରସବେଚ୍‌ ଜଣେ ଆମେରିକୀୟ ମହିଳାଙ୍କ ପଛରେ ପଡ଼ିଥିଲେ। ତାଙ୍କୁ ଅସଦାଚରଣ କରିବା ପାଇଁ ହୋଟେଲ ପର୍ଯ୍ୟନ୍ତ ଯାଇଥିଲେ।

ସମ୍ବନ୍ଧିତ ଖବର