ମହିଳା ‘ଏ’ ହକି: ଚତୁର୍ଥ ମ୍ୟାଚ୍‌ ବି ଜିତିଲା ଭାରତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଚାଲିଥିବା ଭାରତ ‘ଏ’-ଫ୍ରାନ୍ସ ‘ଏ’ ମହିଳା ହକି ଶୃଙ୍ଖଳାରେ ଘରୋଇ ଭାରତ ‘ଏ’ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ଭ୍ରମଣକାରୀ ଫ୍ରାନ୍‌ସ ଦଳ କେବଳ ପ୍ରଥମ ମ୍ୟାଚ୍‌କୁ ୧-୦ ଗୋଲ୍‌ରେ ଜିତିଥିଲା ବେଳେ ଦମ୍‌ଦାର ପ୍ରତ୍ୟାବର୍ତନ କରି ଭାରତ ପରବର୍ତୀ ୩ ମ୍ୟାଚ୍‌କୁ ଜିତି ୩-୧ରେ ୪ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ନିଜ ନାମରେ କରିନେଇଛି। ଦ୍ବିତୀୟ ମ୍ୟାଚ୍‌କୁ ୩-୨, ତୃତୀୟ ମ୍ୟାଚ୍‌କୁ ୨-୦ରେ ଜିତିଥିବା ଭାରତ ବୁଧବାର ଚତୁର୍ଥ ମ୍ୟାଚ୍‌କୁ ମଧ୍ୟ ୨-୦ ଗୋଲ୍‌ରେ ଜିତିନେଲା। ଜ୍ୟୋତି (୨୬ ମିନିଟ୍‌) ଓ ଗଗନଦୀପ୍‌ କୌର (୩୨ ମିନିଟ୍‌) ଭାରତ ପାଇଁ ଗୋଲ୍‌ ଦୁଇଟି କରିଥିଲେ। ଦଳର ଏହି ପ୍ରଦର୍ଶନରେ ପ୍ରଶିକ୍ଷକ ବଲ୍‌ଜିତ୍‌ ସିଂହ ଖୁବ୍‌ ଖୁସୀ ହୋଇଛନ୍ତି।

ସମ୍ବନ୍ଧିତ ଖବର