ମହିଳା ବଡିବିଲ୍‌ଡରଙ୍କ ମହକ

ନୂଆଦିଲ୍ଲୀ: ସୂଚନା ଓ ପ୍ରଯୁକ୍ତି ପେସାଦାରରୁ ବଡିବିଲ୍‌ଡର ପାଲଟିଥିବା ବେଙ୍ଗାଲୁରୁ ବାସିନ୍ଦା ଶ୍ୱେତା ମେହତାଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚା। ୨୦୧୬ରେ ଜେରାଇ ମହିଳା ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତା ଜିତିବା ପରେ ପାଖା ପାଖି ପାଞ୍ଚଟି ଲୋକପ୍ରିୟ ପତ୍ରିକାର ପଚ୍ଛଟପଟରେ ସେ ସ୍ଥାନ ପାଇ ସାରିଲେଣି। ବ୍ୟାୟାମ କରିବାର ନିଶା ପାଇଁ ଶ୍ୱେତା ଏକ ବଡ଼ କଂପାନିର ମୋଟା ଦରମା ମିଳୁଥିବା ଚାକିରିକୁ ବି ଛାଡ଼ି ଦେଇଛନ୍ତି। ବିକିନି ଫିଟ୍‌ନେସ୍‌ ଆଥଲେଟ୍‌ ଭାବେ ଏସୀୟ ପ୍ରତିଯୋଗିତାରେ ଭାରତର ପ୍ରତନିଧିତ୍ୱ କରିଥିବା ଶ୍ୱେତା ଲୋକପ୍ରିୟ ରିଅଲିଟି ସୋ ‘ରୋଡିଜ୍‌’ ମଧ୍ୟ ଜିତିଛନ୍ତି। ଏହି ଟେଲିଭିଜନ୍‌ କାର୍ଯ୍ୟକ୍ରମ ବେଳେ ଭାରତୀୟ ସ୍ପିନର ହରଭଜନ ସିଂହଙ୍କୁ କାନ୍ଧରେ ବସାଇ ପୁସ ଅପ୍‌ ମାରି ସେ ବେଶ୍‌ ଚର୍ଚିତ ହୋଇଥିଲେ। ଏହି ହରିଆଣା ଝିଅ ଏବେ ଅଧିକାଂଶ ପୁରୁଷ ବଡିବିଲ୍‌ଡରଙ୍କୁ ଲଜ୍ଜିତ କରୁଛନ୍ତି। ସେପଟେ ହଜାର ହଜାର ମହିଳାଙ୍କୁ ଅନୁପ୍ରେରିତ କରୁଛନ୍ତି। ସୁନ୍ଦର ସ୍ୱାସ୍ଥ୍ୟରେ ଏବେ ସେ ଭାରତୀୟ ମହିଳାଙ୍କ ଆଦର୍ଶ ପାଲଟିଛନ୍ତି।

ସମ୍ବନ୍ଧିତ ଖବର