ମହିଳା ଫୁଟ୍‌ବଲ୍‌ ଶିବିରରେ ୧୧୦ ପ୍ରତିଭା

ଭୁବନେଶ୍ବର: ଉର୍ମିଳା ଫୁଟ୍‌ବଲ୍‌ କ୍ଲବ୍‌ ଆନୁକୂଲ୍ୟରେ ଶୁକ୍ରବାରଠୁ ଗ୍ରୀଷ୍ମକାଳୀନ ମହିଳା ଫୁଟ୍‌ବଲ୍‌ ପ୍ରଶିକ୍ଷିଣ ଶିବିର ୟୁନିଟ୍‌-୯ ବାଳିକା ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଆରମ୍ଭ ହୋଇଛି। ଚଳିତ ମାସ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶିବିରରେ ୧୧୦ ଜଣ ବାଳିକା ଭାଗନେଇଛନ୍ତି। ଶିବିରକୁ ରାଜ୍ୟର ପୂର୍ବତନ ଖେଳାଳି ବରୁଣ ମାଝୀଙ୍କ ନେତୃତ୍ବରେ ସକିନା ନିଶା, କୃଷ୍ଣଚନ୍ଦ୍ର ରଣା, ଟୁନା ଖାନ୍‌, ବିଭୁ ପ୍ରସାଦ ମିଶ୍ର, ବିଷ୍ଣୁପ୍ରିୟା ବେହେରା ଏବଂ ଅଭୟ ଚରଣ ମହାରଣା ପରିଚାଳନା କରୁଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଆୟକର ବିଭାଗର ଡେପୁଟି କମିସନର ପ୍ରଣତି ମିଶ୍ର, ୟୁନିଟ୍‌-୯ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗିରୀଶ ଚନ୍ଦ୍ର ମହାପାତ୍ର, ୟୁନିଟ୍‌-୬ ଦୌଡ଼କୁଦ ସଂଘର ସମ୍ପାଦକ ଦିଲ୍ଲୀପ କୁମାର ଦାସ, ଉପସଭାପତି ପ୍ରଫୁଲ୍ଲ କୁମାର ମିଶ୍ର, କ୍ଲବ୍‌-୭୩ର ସର୍ବେଶ୍ବର ନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରତିଯୋଗିତାର ଆବାହକ ଉର୍ମିଳା ଦାସ ଏବଂ ବିଜୟଲକ୍ଷ୍ମୀ ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର