ମହିଳା ହକିରେ ବି ହ୍ୟାଟ୍ରିକ୍‌

ପୁରୁଷଙ୍କ ଭଳି ମହିଳା ହକିରେ ମଧ୍ୟ ଭାରତୀୟ ଦଳ ହ୍ୟାଟ୍ରିକ୍‌ ବିଜୟ ହାସଲ କରିଛି। ଶନିବାର ଶକ୍ତିଶାଳୀ କୋରିଆକୁ ୪-୧ ଗୋଲ୍‌ରେ ପରାସ୍ତ କରି ମହିଳା ଦଳ କିନ୍ତୁ ସେମିଫାଇନାଲ୍‌ ସ୍ଥାନକୁ ପକ୍କା କରି ନେଇଛି। ତୃତୀୟ କ୍ୱାର୍ଟର ସୁଦ୍ଧା ମ୍ୟାଚ୍‌ ୧-୧ ଗୋଲ୍‌ରେ ବରାବର ରହିଥିଲେ ମଧ୍ୟ ରାଣୀ ରାମପାଲଙ୍କ ଦଳ ଶେଷ ୧୫ ମିନିଟ୍‌ରେ ଚମତ୍କାର ଖେଳିଥିଲା। ୩ ମିନିଟ୍‌ରେ ୩ ଗୋଲ୍‌ ଦେଇ ଏକଦା ସଂଘର୍ଷପୂର୍ଣ୍ଣ ଲାଗୁଥିବା ମ୍ୟାଚ୍‌କୁ ଏକତରଫା କରି ଦେଇଥିଲା। ଭାରତ ପାଇଁ ଗୁରଜିତ୍‌ କୌର୍‌ (୫୪ ଓ ୫୫ ମିନିଟ୍‌) ପେନାଲ୍‌ଟି କର୍ନରରୁ ଦୁଇଟି ଗୋଲ୍‌ ଦେଇଥିଲେ। ନଭନୀତ୍‌ କୌର୍‌ (୧୬ ମିନିଟ୍‌) ଏବଂ ବନ୍ଦନା କାଟାରିଆ (୫୬ ମିନିଟ୍‌) ଗୋଟିଏ ଲେଖାଏଁ ଫିଲ୍‌ଡ ଗୋଲ୍‌ ଦେଇଥିଲେ। କୋରିଆ ପକ୍ଷରୁ ଏକମାତ୍ର ଗୋଲ୍‌ ୟୁରିମ୍‌ ଲି (୨୦ ମିନିଟ୍‌) ପେନାଲଟି କର୍ନରରୁ ଦେଇଥିଲେ। ସୂଚନାଯୋଗ୍ୟ, ଭାରତ ଇରାନ୍‌ ଓ କାଜାକସ୍ତାନକୁ ଯଥାକ୍ରମେ ୮-୦ ଏବଂ ୨୧-୦ରେ ହରାଇବା ପରେ ଶନିବାର ପ୍ରଥମ ଗୋଲ୍‌ ବରଣ କରିଥିଲା।

ସମ୍ବନ୍ଧିତ ଖବର