ସେମିରେ ଭାରତ:ହକି: ରାଣୀଙ୍କ ହ୍ୟାଟ୍ରିକ୍‌

ଅପରାଜୟ ଭାରତୀୟ ମହିଳା ହକି ଦଳ ଲଗାତାର ଭାବେ ଚତୁର୍ଥ ବିଜୟ ସହ ଗ୍ରୁପ୍‌-ବି ପଏଣ୍ଟ୍‌ ତାଲିକାରେ ଶୀର୍ଷରେ ରହି ଏସୀୟ କ୍ରୀଡ଼ା ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛି। ଇଣ୍ଡୋନେସିଆକୁ ୮-୦, କାଜକସ୍ତାନକୁ ୨୧-୦ ଏବଂ ଦକ୍ଷିଣ କୋରିଆକୁ ୪-୧ରେ ହରାଇଥିବା ରାଣୀଙ୍କ ଦଳ ସୋମବାର ଶେଷ ଲିଗ୍‌ ମ୍ୟାଚ୍‌ରେ ଥାଇଲାଣ୍ଡ୍‌କୁ ୫-୦ ଗୋଲ୍‌ରେ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ଅଧିନାୟିକା ରାଣୀ (୩୭, ୪୬, ୫୬ ମିନିଟ୍‌) ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୋନିକା (୫୨ ମିନିଟ୍‌) ଏବଂ ନବଜୋତ କୌର (୫୫ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଭାରତ ବୁଧବାର ସେମିଫାଇନାଲ୍‌ ଗ୍ରୁପ୍‌ ଏ ଦ୍ୱିତୀୟ ଦଳ ମାଲେସିଆକୁ ଭେଟିବ। ଅନ୍ୟ ଏକ ସେମିଫାଇନାଲ୍‌ରେ ଦକ୍ଷିଣ କୋରିଆ ଗ୍ରୁପ୍‌ ବି’ର ଶୀର୍ଷ ଦଳ ଜାପାନ୍‌ ସହ ଖେଳିବ।

ସମ୍ବନ୍ଧିତ ଖବର