ଲିଲିମାଙ୍କ ୨ ଗୋଲ୍‌, ୨୧-୦ରେ ଜିତିଲା ମହିଳା ହକି ଦଳ

ପୁରୁଷଙ୍କ ଭଳି ଭାରତୀୟ ମହିଳା ହକି ଦଳ ମଧ୍ୟ ଚଳିତ ଏସୀୟ କ୍ରୀଡ଼ାର ଦ୍ୱିତୀୟ ମୁକାବିଲାରେ ଗୋଲ୍‌ ବର୍ଷା କରିଛି। ସୋମବାର ପୁରୁଷ ଦଳ ୧୭-୦ ଗୋଲ୍‌ରେ ଆୟୋଜକ ଇଣ୍ଡୋନେସିଆକୁ ହରାଇଥିଲା। ମଙ୍ଗଳବାର ମହିଳା ହକି ଦଳ ଆଉ ପାଦେ ଆଗେଇ ଯାଇ ୨୧-୦ରେ କାଜାଖସ୍ତାନକୁ ଧୂଳି ଚଟାଇଛି। ହେଲେ ମାତ୍ର ଗୋଟିଏ ଗୋଲ୍‌ ପାଇଁ ଭାରତୀୟ ଦଳ ଏସୀୟ କୀର୍ତ୍ତିମାନରୁ ବଞ୍ଚିତ ହୋଇଥିଲା। ୧୯୮୨ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ଦଳ ସର୍ବାଧିକ ୨୨-୦ରେ ହଂକଂକୁ ପରାସ୍ତ କରିଥିଲା। ଆଜି ଭାରତ ପକ୍ଷରୁ ନବନୀତ ସର୍ବାଧିକ ପାଞ୍ଚଟି ଗୋଲ୍‌ ଦେଇଥିଲା ବେଳେ ଗୁରଜିତ ଚାରିଟି ଗୋଲ୍‌ ଦେଇଥିଲେ। ବନ୍ଦନା ଓ ଲାଲରେମସାମି ତିନିଟି ଲେଖାଏଁ ଗୋଲ୍‌ କରିଥିଲେ। ଓଡ଼ିଆ ଝିଅ ଲିଲିମା ମିଞ୍ଜ ଦୁଇଟି, ଦୀପଗ୍ରେସ୍‌ ଏକ୍କା ଗୋଟିଏ ଗୋଲ୍‌ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନଭଜ୍ୟୋତ, ମୋନିକା, ଉଦିତା, ନେହା ଗୋଟିଏ ଲେଖାଏଁ ଗୋଲ୍‌ ଦେବାକୁ ସକ୍ଷମ ହୋଇଥିଲେ।

ସମ୍ବନ୍ଧିତ ଖବର