ଶ୍ରୀଲଙ୍କା ଗସ୍ତ ଲାଗି ମହିଳା କ୍ରିକେଟ୍‌ ଦଳ ଘୋଷିତ

ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତ ଲାଗି ସୋମବାର ମିତାଲି ରାଜ୍‌ଙ୍କ ନେତୃତ୍ୱରେ ଭାରତୀୟ ମହିଳା କ୍ରିକେଟ୍‌ ଦଳ ଘୋଷିତ ହୋଇଛି। ଏହି ଗସ୍ତରେ ଦଳ ତିନିଟି ଦିନିକିଆ ଏବଂ ୫ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳିବ। ଦିନିକିଆ ମ୍ୟାଚ୍‌ଗୁଡ଼ିକ ଚଳିତ ମାସ ୧୧, ୧୩ ଏବଂ ୧୬ ତାରିଖରେ ଖେଳାଯିବ। ସେହିପରି ଟେ୍ଵଣ୍ଟି-୨୦ ମ୍ୟାଚ୍‌ଗୁଡ଼ିକ ଚଳିତ ମାସ ୧୯, ୨୧, ୨୨, ୨୪ ଏବଂ ୨୫ ତାରିଖରେ ଅନୁଷ୍ଠିତ ହେବ। ଆଇସିସି ମହିଳା ବିଶ୍ୱକପ୍‌କୁ ଯୋଗ୍ୟତା ହାସଲ ପାଇଁ ପଏଣ୍ଟ୍‌ ତାଲିକାର ନିମ୍ନ ୪ ସ୍ଥାନରେ ଥିବା ଭାରତ, ଶ୍ରୀଲଙ୍କା, େଓ୍ଵଷ୍ଟଇଣ୍ଡିଜ୍‌ ଓ ଦକ୍ଷିଣ ଆଫ୍ରିକା ପାଇଁ ମହିଳା ଚାମ୍ପିଅନ୍‌ସିପ୍‌ର ଗୁରୁତ୍ୱ ରହିଛି। ପୂର୍ବରୁ ଏହି ପ୍ରତିଯୋଗିତା ଲାଗି ଶ୍ରୀଲଙ୍କା ତା’ର ଦଳ ଘୋଷଣା କରିସାରିଛି। ୧୫ ଜଣିଆ ଦଳକୁ ବ୍ୟାଟର ଇମାଲକା ମେଣ୍ଡିସ୍‌ ପ୍ରାୟ ଦୁଇ ବର୍ଷ ପରେ ଏବଂ ୧୭ ବର୍ଷୀୟା ଅଲ୍‌ରାଉଣ୍ଡର କାଭିଶା ଦିଲ୍‌ହାରି ଗୋଟିଏ ବର୍ଷ ବ୍ୟବଧାନ ପରେ ଫେରିଛନ୍ତି। ସେହିଭଳି ଚାମାରି ଆଟାପଟ୍ଟୁଙ୍କୁ ପୁଣି ଥରେ ଦଳର ନେତୃତ୍ୱ ଭାର ମିଳିଛି।
ଭାରତୀୟ ଦଳ: ମିତାଲି ରାଜ (ଅଧିନାୟିକା), ତାନ୍ୟା ଭାଟିଆ, ଏକତା ବିଷ୍ଟ, ରାଜେଶ୍ୱରୀ ଗାଏକ୍ୱାଡ, ଝୁଲଣ ଗୋସ୍ୱାମୀ, ଦୟାଲାନ ହେମଲତା, ମାନସୀ ଯୋଷୀ, ହରମନପ୍ରୀତ କୌର, ଭେଦା କୃଷ୍ଣମୂର୍ତ୍ତି, ସ୍ମୃତି ମାନ୍ଧାନା, ଶିଖା ପାଣ୍ଡେ, ପୂନମ ରାଉତ, ଜେମିମା ରୋଦ୍ରିଗୁଏଜ୍‌, ଦୀପ୍ତି ଶର୍ମା, ପୂନମ ଯାଦବ।
ଶ୍ରୀଲଙ୍କା ଦଳ: ଚାମାରି ଆଟ୍ଟାପଟ୍ଟୁ (ଅଧିନାୟକ), ପ୍ରସାଦାନୀ ଓ୍ଵିରାକୋଡି, ଅନୁଷ୍କା ସଂଜୀବନୀ, ନିପୁନି ହାଂଶିକା, ହାସିନୀ ପେରେରା, ଦିଲାନୀ ମନୋଦରା, ଶଶିକଳା ଶିରିବର୍ଦେନା, ନିଲାଖି ଡି’ସିଲ୍‌ଭା, ଇମାଲକା ମେଣ୍ଡିସ୍‌, ଶ୍ରୀପାଲୀ ଓ୍ଵିରାକୋଡି, ସୁଗନ୍ଦିକା କୁମାରୀ, ଇନୋକା ରଣବୀରା, ଉଦେଶିକା ପ୍ରବୋଧିନୀ।

ସମ୍ବନ୍ଧିତ ଖବର