ମହିଳା ଅଲିମ୍ପିକ୍ସ ଫୁଟବଲ୍‌, ଭାରତୀୟ ଦଳରେ ଓଡ଼ିଶାରୁ ୩

କଟକ: ମିଆଁମାରରେ ଆସନ୍ତା ୮ରୁ ୧୩ ତାରିଖ ପର୍ଯ୍ୟନ୍ତ ମହିଳା ଅଲିମ୍ପିକ୍ସ ଫୁଟବଲ୍‌ ପ୍ରତିଯୋଗିତାର ଏସୀୟ ଯୋଗ୍ୟତା ପର୍ଯ୍ୟାୟ ଅନୁଷ୍ଠିତ ହେବ। ଏଥିପାଇଁ ଘୋଷିତ ଭାରତୀୟ ଦଳରେ ଓଡ଼ିଶାର ୩ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ପୂର୍ବତଟ ରେଳବାଇର ମନୀଷା ପାନ୍ନା, କ୍ରୀଡ଼ା ଛାତ୍ରାବାସର ଜବାବଣୀ ଟୁଡୁ ଓ ସୁନ୍ଦରଗଡ଼ର ପ୍ୟାରୀ ଖାଖା ଭାରତୀୟ ଦଳରେ ଖେଳିବାକୁ ଯାଉଛନ୍ତି। ଏସୀୟ ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ରାଉଣ୍ତ ମ୍ୟାଚ୍‌ରେ ଭାରତ ଗ୍ରୁପ୍‌ ସି’ରେ ମିଆଁମାର, ନେପାଳ, ବା˚ଲାଦେଶ ସହିତ ସ୍ଥାନ ପାଇଛି। ୮ ତାରିଖ ପ୍ରଥମ ମ୍ୟାଚ୍‌ରେ ନେପାଳ, ୧୧ ତାରିଖରେ ବା˚ଲାଦେଶ ଓ ୧୩ ତାରିଖରେ ମିଆଁମାର ବିପକ୍ଷରେ ଭାରତ ଲିଗ୍‌ ମ୍ୟାଚ ଖେଳିବ।

ସମ୍ବନ୍ଧିତ ଖବର