ପାକିସ୍ତାନକୁ ହରାଇ ୭ମ ଥର ମହିଳା ଏସିଆ କପ୍‌ ଫାଇନାଲରେ ଭାରତ

ଆସନ୍ତାକାଲି ଚମ୍ପିଅନ୍‌ ଟ୍ରଫି ପାଇଁ ବାଂଲାଦେଶକୁ ଦେବ ଟକ୍କର 

କୁଆଲାଲମ୍ପୁର: ମହିଳା ଏସିଆ କପରେ ଭାରତୀୟ ଟିମ୍‌ ପୁଣି ଥରେ ଶକ୍ତିଶାଳୀର ପରିଚୟ ଦେଇ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୭ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଏଥି ସହିତ ଭାରତ ୭ମ ଥର ଫାଇନାଲରେ ପ୍ରବେଶ କରିଛି। ଫାଇନାଲ ମ୍ୟାଚ୍‌ରେ ଭାରତ ରବିବାର ଭାରତୀୟ ସମୟ ଅନୁସାରେ ପୂର୍ବାହ୍ନ ୧୧ଟା ୩୦ରେ ବାଂଲାଦେଶକୁ ଭେଟିବ। ବାଂଲାଦେଶ ୭୦ ରନ୍‌ରେ ଆୟୋଜକ ମାଲେସିଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି।

ଓଭାଲସ୍ଥିତ କିନ୍ନରା ଷ୍ଟାଡିୟମରେ ଶନିବାର ଟସ୍‌ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ ହରାଇ ୭୨ ରନ୍‌ ସଂଗ୍ରହ କରିଥିଲା। ଭାରତ ପାଇଁ ବାମହାତୀ ସ୍ପିନର ଏକତା ବିଷ୍ଟ ସବୁଠାରୁ ସଫଳ ବୋଲର ଥିଲେ। ସେ ୪ ଓଭର ବୋଲିଂ କରି ୧୪ ରନ୍‌ ଖର୍ଚ୍ଚ କରିଥିଲେ ଓ ୩ଟି ଓ୍ଵିକେଟ୍‌ ନେଇଥିଲେ। ଅନ୍ୟ ବୋଲରଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ ମିଳିଥିଲା। ଝୁଲନ ଗୋସ୍ୱାମୀଙ୍କୁ ଗୋଟିଏ ବି ଓ୍ଵିକେଟ୍‌ ମିଳି ନଥିଲା। ଏକତାଙ୍କୁ ‘ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌’ ପୁରସ୍କାର ଦିଆଯାଇଥିଲା।

ଛୋଟ ଲକ୍ଷ୍ୟକୁ ଟାର୍ଗେଟ କରି ଭାରତ ୨୩ଟି ବଲ ଶେଷ ଥାଇ ବିଜୟ ହାସଲ କରିଛି। ସ୍ମୃତି ମନ୍ଧାନା ୪୦ଟି ବଲ ଖେଳି ୩୮ ରନ ସଂଗ୍ରହ କରିଥିଲେ। ସେହିଭଳି ଅଧିନାୟିକା ହରମନପ୍ରୀତ କୌର ୪୯ଟି ବଲ ଖେଳି ୩୪ ରନ୍‌ ସଂଗ୍ରହ କରିଥିଲେ। ଅଭିଜ୍ଞ ଖେଳାଳି ମିତାଲି ରାଜ ଓ ଦୀପ୍ତି ଶର୍ମା ଖେଳି ପାରିନଥିଲେ। କିନ୍ତୁ ସେମାନେ ଆଉଟ ହେବା ପରେ ମଧ୍ୟ ଟିମ୍‌କୁ କୌଣସି ପ୍ରଭାବ ପଡ଼ିନଥିଲା। ଟୁର୍ଣ୍ଣାମେଣ୍ଟର ଲିଗ ମ୍ୟାଚରେ ଭାରତର ଏହା ହେଉଛି ୫ମ ବିଜୟ।

ରୟାଲ ସେଲାନଗୋଲ କ୍ଲବ ପଡ଼ିଆରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ଓ୍ଵିକେଟ ହରାଇ ୧୩୦ ରନ ସଂଗ୍ରହ କରିଥିଲା। ବାଂଲାଦେଶକୁ ୨୦ ଓଭରରେ ୯ ଓ୍ଵିକେଟ ନେଇ ୬୦ ରନ ସଂଗ୍ରହ କରିବାକୁ ସୁଯୋଗ ଦେଇଥିଲା। ଫଳରେ ଫାଇନାଲକୁ ସହଜରେ ପ୍ରବେଶ କରିଛି।

 

ସମ୍ବନ୍ଧିତ ଖବର