ମହିଳା ଟେ୍ଵଣ୍ଟି-୨୦ ଚ୍ୟାଲେଞ୍ଜର ଟ୍ରଫି

ଇଣ୍ଡିଆ ବ୍ଲୁ’ର ପ୍ରଥମ ବିଜୟ

ଆଲୁର: କ୍ରମାଗତ ଦ୍ୱିତୀୟ ପରାଜୟ ପରେ ଇଣ୍ଡିଆ ବ୍ଲୁ ଦଳ ମହିଳା ଟେ୍ଵଣ୍ଟି-୨୦ ଚ୍ୟାଲେଞ୍ଜର ଟ୍ରଫିରେ ପ୍ରଥମ ବିଜୟ ପାଇଛି। ପ୍ରଥମ ମ୍ୟାଚ୍‌ରେ ରେଡ୍‌ଠୁ ୭ ରନ୍‌ରେ ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ଗ୍ରିନ୍‌ଠୁ ୭ ଓ୍ଵିକେଟ୍‌ରେ ହାରିଥିବା ଏହି ଦଳ ଶୁକ୍ରବାର ନିଜର ତୃତୀୟ ମ୍ୟାଚ୍‌ରେ ରେଡ୍‌କୁ ୮ ଓ୍ଵିକେଟ୍‌ରେ ହରାଇ ଦେଇଛି। ଫଳରେ ବ୍ଲୁ ଫାଇନାଲ୍‌ ଖେଳିବା ଆଶାକୁ ବଳବତ୍ତରେ ରଖିଛି। ଶୁକ୍ରବାର ପ୍ରଥମେ ବ୍ୟାଟିଂ କରି ରେଡ୍‌ ଦଳ ୭ ଓ୍ଵିକେଟ୍‌ ବିନିମୟରେ ୮୪ ରନ୍‌ କରିଥିଲା। ପୂନମ ରାଉତ ୨୮ ରନ୍‌ କରିଥିଲା ବେଳେ ମାନସୀ ଜୋଷୀ, ଅନୁଜା ପାଟିଲ ଏବଂ ଦୟାଲାନ ହେମଲତା ୨ ଓ୍ଵିକେଟ୍‌ ଲେଖାଏଁ ନେଇଥିଲେ। ଜବାବରେ ବ୍ଲୁ ଦଳ ଭେଲାସ୍ୱାମୀ ବନିିତା (୫୧)ଙ୍କ ଅର୍ଧଶତକ ଏବଂ ଅଧିନାୟିକା ମିତାଲି ରାଜଙ୍କ ଅପରାଜିତ ୨୩ ରନ୍‌ ବଳରେ ୧୭.୪ ଓଭରରେ ମାତ୍ର ୨ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଶିଖା ପାଣ୍ଡେ ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଏଥି ସହିତ କ୍ରମାଗତ ଦ୍ୱିତୀୟ ବିଜୟ ପରେ ରେଡ୍‌ ଦଳ ପ୍ରଥମ ପରାଜୟ ବରଣ କରିଥିଲା।

ସମ୍ବନ୍ଧିତ ଖବର