ମହିଳା ଟି-୨୦: ୧୦ ରନ୍‌ରେ ଇନିଂସ ଶେଷ, ‘ଓ୍ଵାଇଡ ବଲ୍‌’ର ନୂଆଁ ରେକର୍ଡ, ୧୦ ଖେଳାଳି ‘ଶୂନ୍ୟ’ରେ ଆଉଟ୍‌

ସିଡନୀ: କ୍ରିକେଟ୍‌ ମ୍ୟାଚ୍‌ରେ ରେକର୍ଡ ସୃଷ୍ଟି କରିବା ନୂଆଁ କଥା ନୁହେଁ। ଏହା ଏକ ସାଧାରଣ ଘଟଣା ପାଲଟିଛି। ଅଷ୍ଟ୍ରେଲିଆରେ ଜାତୀୟ ସ୍ତରୀୟ କ୍ରିକେଟ୍‌ ମ୍ୟାଚ୍‌ରେ ମହିଳା ଟିମ୍‌ ୧୦ ରନ୍‌ରେ ଇନିଂସ ଶେଷ କରିଛି। ଏହି ଆକର୍ଷଣୀୟ ମ୍ୟାଚରେ ଦକ୍ଷିଣ ଅଷ୍ଟ୍ରେଲିଆର ୧୦ ଜଣ ଖେଳାଳି ରନ୍‌ କରି ପାରି ନଥିବା ବେଳେ ଓ୍ଵାଇଡ ବଲ୍‌ ଯୋଗୁଁ ଇନିଂସରେ ୧୦ ରନ୍‌ ସଂଗ୍ରହ ହୋଇଛି। ଅତିରିକ୍ତ ୬ ରନରେ ସ୍କୋର ୧୦ ରନ ହେଉଥିବାରୁ କିଛି ଦର୍ଶକ ହତୋତ୍ସାହ ଦେଖାଯାଉଥିବା ବେଳେ ଆଉ କିଛି ଦର୍ଶକ ଖୁସିରେ ନାଚି ଉଠୁଥିଲେ।

ବ୍ୟାଟସ୍‌ଓମ୍ୟାନ ଫେବି ମେନ୍ସେଲ ୪ ରନ କରିଥିବା ବେଳେ ଅନ୍ୟ ଖେଳାଳିମାନେ ଖାତା ଖୋଲି ପାରି ନଥିଲେ। ରୋକ୍ସେନେ ଭାନ୍‌ ୨ ଓଭରରେ ୧ ରନ ଦେଇ ୪ ଓ୍ଵିକେଟ ନେଇଥିଲେ। ନାଓମୀ ୨ ବଲରେ ୨ ଓ୍ଵିକେଟ ନେଇଥିଲେ। ଏହି ଇନିଂସ କେବଳ ୬୨ ବଲରେ ଶେଷ ହୋଇଛି। ନ୍ୟୁ ସାଉଥେଓ୍ଵଲସ୍‌ ୧୫ ବଲରେ ଏହି ବିଜୟ ଲକ୍ଷ୍ୟ ପୂରା କରିଛି। ୧୧ ରନ ସଂଗ୍ରହ କରିବା ପୂର୍ବରୁ ଟିମ ୨ ଓ୍ଵିକେଟ ହରାଇଛି।

ସମ୍ବନ୍ଧିତ ଖବର