ଭୁବନେଶ୍ବର: ପ୍ରାତଃ ଭ୍ରମଣ ଓ ବ୍ୟାୟାମ ପାଇଁ କଳିଙ୍ଗ ଷ୍ଟାଡିୟମକୁ ସର୍ବସାଧାରଣଙ୍କ ପାଇଁ ଖୋଲା ନ ଗଲେ ଆସନ୍ତା ୨୦ ତାରିଖରେ ଆନ୍ଦୋଳନ କରାଯିବ। ସକାଳ ୬ଟାରେ ଗେଟ୍-୩ରେ ସାଧାରଣ ଲୋକେ ଏକତ୍ର ହୋଇ ଷ୍ଟାଡିୟମ ଭିତରକୁ ପଶିବେ। ଯଦି କେହି ଅବରୋଧ କରେ ତେବେ ସେଠାରେ ଧାରଣା ଦିଆଯିବ। ଏହାଛଡ଼ା ପ୍ରତି ମ୍ୟାଚ୍ ସମୟରେ ବିରୋଧ ପ୍ରଦର୍ଶନ କରାଯବି। ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ ୱାକର୍ସ ଆସୋସିଏସନ୍ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଚେତାବନୀ ଦିଆଯାଇଛି।
ସଂଘ ପକ୍ଷରୁ କୁହାଯାଇଛି ଯେ ହଜାର ହଜାର ଲୋକ ପ୍ରାତଃ ଭ୍ରମଣ ଓ ବ୍ୟୟାମ ପାଇଁ ଷ୍ଟାଡିୟମ ଉପରେ ନିର୍ଭର କରନ୍ତି। କିନ୍ତୁ ଦୁଇ ବର୍ଷ ତଳେ ଅନ୍ତର୍ଜାତୀୟ ବିଶ୍ବକପ୍ ହକି ଓ ନିର୍ମାଣ କାର୍ଯ୍ୟ ଆଳରେ ଷ୍ଟାଡିୟମ ଭିତରକୁ ପ୍ରବେଶ କଟକଣା ଲାଗୁ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ, କ୍ରୀଡ଼ା ମନ୍ତ୍ରୀ, କ୍ରୀଡ଼ା ସଚିବ, ବିଭାଗୀୟ ଅଧିକାରୀ ଓ ପୁଲିସ କମିସନରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ସାଧାରଣ ଲୋକଙ୍କ ପାଇଁ ଷ୍ଟାଡିୟମ ଖୋଲାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଏପର୍ଯ୍ୟନ୍ତ କଟକଣାକୁ ହଟାଯାଇ ନାହିଁ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରଶ୍ମିରଂଜନ କାନୁନ୍ଗୋ, ବଦ୍ରିନାରାୟଣ ମିଶ୍ର, ମିଲନ ପାଇକ୍ରାୟ, ଅର୍ଜୁନ ବେହେରା, ପ୍ରସନ୍ନ ବିଶୋୟୀ, ପ୍ରଶାନ୍ତ ହରିଚନ୍ଦନ, ଭାଗୀରଥି ଭୁଟିଆ, ବିଜୟ ନନ୍ଦ, ବାସୁଦେବ ଭଟ୍ଟ, ଦୀପକ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/Kalinga-Stadium-1.jpg)