ଦେଶ ଉନ୍ନତିରେ କ୍ରୀଡ଼ାର ଭୂମିକାକୁ ନେଇ କର୍ମଶାଳା

ଭୁବନେଶ୍ବର: ‘ଦେଶର ଉନ୍ନତିରେ କ୍ରୀଡ଼ାର ଭୂମିକା’କୁ ନେଇ ବୁଧବାର ଇଂରାଜି ଖବର କାଗଜ ଇଣ୍ଡସ୍‌ଭ୍ୟାଲି ଟାଇମ୍ସ ଓ କଳିଙ୍ଗ ‌ସ୍ପୋର୍ଟ୍ସ ପକ୍ଷରୁ ଏକ କର୍ମଶାଳା‌ ହୋ‌ଟେଲ କେଶରୀରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ଅଲିମ୍ପିଆନ୍‌ ଅନୁରୋଧା ବିଶ୍ବାଳ ଏବଂ ‌ଜେକେ ପେପର ଗ୍ରୁପ୍‌ର ସାଧାରଣ ପ୍ରବନ୍ଧକ ପ୍ରଫେସର ପ୍ରଫୁଲ୍ଲ କୁମାର ଧଳ ପ୍ରମୁଖ ଯୋଗଦେଇ ଏହା ଉପରେ ଆଲୋଚନା କରିଥିଲେ। ବିଜୁ ପଟ୍ଟନାୟକ ସମ୍ମାନରେ ସମ୍ମାନିତ ବିଶିଷ୍ଟ ସମାଜସେବୀ ଗୌରଙ୍ଗ ଚରଣ ରାଉତ ସଭାରେ ଅଧ୍ୟକ୍ଷତା କରିଥିଲା ‌େବ‌ଳେ ଏସିଆନ୍‌ ଏଜ୍‌ର ରାଜ୍ୟ ପ୍ରତିନିଧି ଅକ୍ଷୟ କୁମାର ‌ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସ‌ରରେ କ୍ରୀଡ଼ା ‌କ୍ଷେତ୍ରରେ ଉଲ୍ଲଖନୀୟ କାର୍ଯ୍ୟ ପାଇଁ ବଲାଙ୍ଗୀର ବକ୍ସି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୌଦାମିନୀ ଛତ୍ରିଆ, ଯୁବ ଉଦ୍ୟୋଗୀ ଆଶୁତୋଷ ମେହର, ହାଇଟେକ୍‌ ମେଡିକାଲର ମୁଖ୍ୟ ପ୍ରଶାସିକା ଏମ୍‌ ବେହେରା ଓ ବାଲେଶ୍ବରର ଯୁବ ସାମ୍ବାଦିକ ସୁଦାମ କୁମାର ପାତ୍ରଙ୍କୁ ସମ୍ବର୍ଧିତ କରାଯାଇଥିଲା। ଏହି କର୍ମଶାଳାରେ ଗଣମାଧ୍ୟମ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର