ବିଶ୍ୱ ଏକାଦଶ ଦଳରେ ନେପାଳୀ ସ୍ପିନର ସନ୍ଦୀପ

ଦୁବାଇ: ଆସନ୍ତା ୩୧ ତାରିଖରେ ଲଣ୍ଡନର ଐତିହାସିକ ଲର୍ଡସ୍‌ ପଡ଼ିଆରେ ଖେଳାଯିବାକୁ ଥିବା େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକ ପ୍ରଦର୍ଶନୀ ମ୍ୟାଚ୍‌ରେ ନେପାଳୀ ସ୍ପିନର ସନ୍ଦୀପ ଲାମିଚାହାନେଙ୍କୁ ବିଶ୍ୱ ଏକାଦଶ ଦଳରେ ସ୍ଥାନ ମିଳିଛି। ବାଂଲାଦେଶ ଅଲ୍‌ରାଉଣ୍ଡର ସାକିବ ଅଲ୍‌ ହାସନ ବ୍ୟକ୍ତିଗତ କାରଣରୁ ଦଳରୁ ଓହରିଯିବାରୁ ସନ୍ଦୀପ ଏହି ସ୍ଥାନ ନେଇଥିଲେ। ୧୭ ବର୍ଷୀୟ ସନ୍ଦୀପ ସଂପ୍ରତି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ଖେଳୁଛନ୍ତି। ଏହି ନେପାଳୀ ତାରକା ୨୦୧୬ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ୧୬ ଓ୍ଵିକେଟ୍‌ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି କଚଟି ସ୍ପିନର ୬ ବିଶ୍ୱ କ୍ରିକେଟ୍‌ ଲିଗ୍‌ ଡିଭିଜନ୍‌ରେ ୧୭ ଓ୍ଵିକେଟ୍‌ ନେବା ସହ ବିଶ୍ୱକପ୍‌ ଯୋଗ୍ୟତା ମ୍ୟାଚ୍‌ରେ ୧୩ ଓ୍ଵିକେଟ୍‌ ନେଇଥଲେ। ଏଭଳି ସଫଳତା ପାଇବାପରେ ସନ୍ଦୀପଙ୍କୁ ଚଳିତ ବର୍ଷ ପ୍ରଥମ ଥର ଲାଗି ଆଇପିଏଲ୍‌ରେ ସାମିଲ ହେବାର ସୁଯୋଗ ମିଳିଥିଲା। ସୂଚନାଯୋଗ୍ୟ ଯେ କାରିବୀୟ କେନ୍ଦ୍ରସ୍ଥଳରେ ଥିବା ୫ ବୃହତ୍‌ କ୍ରିକେଟ୍‌ ପଡ଼ିଆର ପୁନର୍ଗଠନ ଓ ଥଇଥାନ ନିମନ୍ତେ ପାଣ୍ଠି ସଂଗ୍ରହ ପାଇଁ ଏହି ମ୍ୟାଚ୍‌ ଖେଳାଯିବ। ଗତବର୍ଷ ହରିକେନ୍‌ସ ଇର୍ମା ଓ ମାରିଆରେ ଏହି ସବୁ କ୍ରିକେଟ୍‌ ପଡ଼ିଆ କ୍ଷତିଗ୍ରସ୍ତ ହୋଇଥିଲା।

ସମ୍ବନ୍ଧିତ ଖବର