ବିଶ୍ୱ ବକ୍ସିଂ ଚାମ୍ପିଅନସିପ: ଇତିହାସ ରଚିଲେ ଅମିତ ପଙ୍ଘଳ, ହାସଲ କଲେ ରୌପ୍ୟପଦକ

ଏକାତେରିନବର୍ଗ (ଋଷିଆ): ନିକଟରେ ଏସିଆନ୍‌ ଗେମ୍‌ସରେ ସ୍ୱର୍ଣ୍ଣପଦକ ଜିତିଥିବା ଭାରତର ଷ୍ଟାର ବକ୍ସର ଅମିତ ପଙ୍ଘଳ (୫୨ କିଲୋ ବର୍ଗ)ରେ ଶନିବାର ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ରୌପ୍ୟ ପଦକ ହାସଲ କରି ଇତିହାସ ରଚିଛନ୍ତି। ସେ ପ୍ରଥମ ଭାରତୀୟ ପୁରୁଷ ବକ୍ସର ଭାବେ ଏହି ପ୍ରତିଯୋଗିତାରେ ରୌପ୍ୟପଦକର ବିଜେତା ହୋଇପାରିଛନ୍ତି। ଫାଇନାଲରେ ସେ ଉଜବେକିସ୍ତାନର ଶାଖୋନିଦିନ ଗୋଇରୋଭ ତାଙ୍କୁ ପରାସ୍ତ କରିଛନ୍ତି।

ପଙ୍ଘଳ ପୂର୍ବରୁ ହିଁ ଅଲିମ୍ପିକ କୋଟା ହାସଲ କରିସାରିଛନ୍ତି। ଏହି ଚାମ୍ପିଅନସିପରେ ପଦକ ଜିତିଥିବା ବକ୍ସର ଅଲିମ୍ପିକ କୋଟାର ଅଧିକାରୀ ଥିଲେ। ପଙ୍ଘଳ ଦିନକ ପୂର୍ବରୁ ଖାଜକସ୍ତାନର ସାକେନ ବିବୋସିନୋଭଙ୍କୁ ପରାସ୍ତ କରି ଚାମ୍ପିଅନସିପ୍‌ର ଫାଇନାଲରେ ପହଞ୍ଚିବାରେ ପ୍ରଥମ ଭାରତୀୟ ଭାବେ ପରିଚୟ ହାସଲ କରିଥିଲେ। ଉଜବେକିସ୍ତାନର ଶାଖୋବିଦିନ ଜୋଇରୋଭ ଫ୍ରାନ୍ସର ବିଲାଲ ବେନାମାଙ୍କୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲେ। ୨୬ ବର୍ଷିଅ ଜୋଇରୋଭ ୨୦୧୬ ରିଓ ଅଲିମ୍ପିକ ଗେମ୍ସରେ ୫୨ କିଲୋ ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ।

ସମ୍ବନ୍ଧିତ ଖବର